www.samajalive.in
Saturday, December 6, 2025
14.1 C
Bhubaneswar

ପଂଚାୟତ ନିର୍ବାଚନରେ ପ୍ରଚାର କରୁଥିଲେ, ଏବେ ପ୍ରାର୍ଥୀ: ବିଜେପିର କଟକ ମେୟର ପ୍ରାର୍ଥୀ ହେଲେ ଅଭିନେତା ଶ୍ରୀତମ ଦାସ

କଟକ: ରାଜ୍ୟର ବହୁ ପୁରାତନ ସହର କଟକ ପାଇଁ ବିଜେପି ମେୟର ପ୍ରାର୍ଥୀ ଘୋଷଣା କରିଛି। କଟକ ନଗର ବିଜେପି ସଭାପତି ଅଭିନେତା ଶ୍ରୀତମ୍‌ ଦାସଙ୍କ ନାମ ଏଥିପାଇଁ ଘୋଷଣା କରିଛନ୍ତି। କିଛିଦିନ ହେବ ଏ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି।

କଟକ ମହାନଗର ନିଗମ ପାଇଁ ଗତକାଲି ବିଜେଡି ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ପୂର୍ବରୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାମ ଘୋଷଣା କରି ସାରିଛି। ଏବେ ଗିରିବାଳା, ସୁବାସ ଓ ଶ୍ରୀତମଙ୍କ ମଧ୍ୟରେ ମେୟର ପଦବୀ ପାଇଁ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବା ନିଶ୍ଚିତ ହୋଇଛି।

- Advertisement -

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ଓଲିଉଡର ଲୋକପ୍ରିୟ ଅଭିନେତା ଶ୍ରୀତମ୍‌ ଦାସ ବିଜେପିର ଜଣେ ଆଗଧାଡ଼ିର କର୍ମୀ ଭାବେ କାମ କରି ଆସୁଛନ୍ତି। ସେ ମଧ୍ୟ ଓଡ଼ିଆ ସିନେ ଆର୍ଟିଷ୍ଟ ସଙ୍ଘର ସଂପାଦକ ଅଛନ୍ତି। ସେହିପରି ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଦୀର୍ଘଦିନ ଧରି ରାଜନୀତରେ ସକ୍ରିୟ ରହିବା ସହ ରାଜ୍ୟସଭା ସାଂସଦ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ପୂର୍ବତନ କର୍ପୋରେଟର ଭାବେ ମଧ୍ୟ କାର୍ଯ୍ୟ କରି ସାରଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories