www.samajalive.in
Saturday, December 6, 2025
26.1 C
Bhubaneswar

ଧର୍ମଶାଳା ବିଜେଡି ଗାର୍ଲସ ୱିଙ୍ଗର ବାଜିମାତ୍

ଯାଜପୁର : ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ କର କମଳରେ ଧର୍ମଶାଳାରେ ଜନ୍ମ ନେଇଥିବା ବିଜେଡି ଗାର୍ଲସ ୱିଙ୍ଗ ଚଳିତ ନିର୍ବାଚନରେ ୭ଗୋଟି ସ୍ଥାନରେ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଥିଲେ। ଜୋନ -୧୧ର ରାଇଛନ୍ଦା ପଞ୍ଚାୟତ ସମିତିସଭ୍ୟା ଅନିତା ବେହେରା, ଜୋନ -୧୨ର ଅଣ୍ଟିଆ ସମିତିସଭ୍ୟା ତିଳୋତମା ଦଳାଇ, ଜୋନ ନଂ-୧୩ ଜିଲ୍ଲା ପରିଷଦ ସ୍ମୃତିରେଖା ବେହେରା, ଜୋନ -୩୪ର ଶ୍ରୀବନ୍ତପୁର ପଞ୍ଚାୟତର ସମିତିସଭ୍ୟା ସୌଦାମିନୀ ସାମଲ ଏବଂ ଜୋନ -୧୫ରେ ଉତ୍ତରପ୍ରତାପ ପଞ୍ଚାୟତ ସମିତିସଭ୍ୟା ତଥା ବିଜେଡି ଗାର୍ଲସ ୱିଙ୍ଗ୍ ସଭାନେତ୍ରୀ କ୍ଷୀରାବ୍ଦି ତନୟା ମଲ୍ଲିକ୍ ନିର୍ବାଚନ ଲଢି ଗାର୍ଲସ ୱିଙ୍ଗର ୭ରୁ ୭ଜଣ କର୍ମକର୍ତ୍ତା ନିର୍ବାଚନ ଲଢି ଭଲ ବ୍ୟବଧାନରେ ବିଜୟୀ ଲାଭ କରିବା ସହିତ ସାରା ରାଜ୍ୟରେ ପ୍ରଥମକରି ଝିଅମାନଙ୍କୁ ନେଇ ହୋଇଥିବା ଧର୍ମଶାଳାର ବିଜେଡି ଗାର୍ଲସ ୱିଙ୍ଗ୍ ସାଧାରଣ ଲୋକଙ୍କ ପାଖରେ ଆଦୃତ ହୋଇପାରିଛି। ସମସ୍ତ ପ୍ରତିନିଧି ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ଜିତିବାର ଶ୍ରେୟ ଦେବା ସହିତ ବିଧାୟକ ଧର୍ମଶାଳାରେ ଚାଲୁ ରଖିଥିବା ବିକାଶ ଧାରା ସଫଳତାର ଚାବିକାଠି ବୋଲି କହିବା ସହିତ ପୁଷ୍ପଗୁଚ୍ଛ ଦେଇ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ନିଜ ନିଜ ଜୋନ ଏବଂ ପଞ୍ଚାୟତବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories