ଯୁଦ୍ଧ ପରିସ୍ଥିତିରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପକୁ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି, ଏଭଳି କ୍ଷେତ୍ରରେ ମୁଁ ସରକାରଙ୍କୁ ସମାଲୋଚନା କରିବାକୁ ଚାହେଁ ନାହିଁ, କାରଣ ଆମେ ସବୁ ଏକ କିନ୍ତୁ ସହଯୋଗ ଅଭାବ ଏବଂ ରାଜନୈତିକ ଦ୍ୱନ୍ଦ୍ୱ ଯୋଗୁ ଆମେ ପଛରେ ରହିଛୁ ଏବଂ ଆମର ଛାତ୍ରମାନେ ସେଠାରେ ଅଟକି ରହିଛନ୍ତି।
ସେ କହିଛନ୍ତି ଯେ, ସେଠାରେ ମୃତ୍ୟୁ ଘଟୁଛି, ଭାରତୀୟମାନେ ବଙ୍କରରେ ଅପେକ୍ଷା କରିଛନ୍ତି, କେହି ରୋମାନିଆରେ ଅପେକ୍ଷା କରିଛନ୍ତି ଏବଂ ଖାଦ୍ୟ ଅଭାବ ମଧ୍ୟ ଦେଖାଦେଇଛି। ସେମାନେ ଖାଦ୍ୟ ପଦାର୍ଥ କିଣିବା ପାଇଁ ଯିବାବେଳେ ସେମାନଙ୍କୁ ହତ୍ୟା କରାଯାଉଛି। ସୁଶ୍ରୀ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଯଦି ସରକାର ଏ ବିଷୟରେ ଅବଗତ ଥିଲେ, କାହିଁକି ଛାତ୍ରମାନଙ୍କୁ ପୂର୍ବରୁ ଆଣି ନଥିଲେ?



