www.samajalive.in
Monday, December 15, 2025
27.1 C
Bhubaneswar

ବୁଖାରେଷ୍ଟରୁ ଫେରିଲେ ୧୮୨ ଭାରତୀୟ, କିଭରୁ ଭାରତୀୟଙ୍କୁ ସ୍ଥାନାନ୍ତର ଉଦ୍ୟମ କରୁଛି ଦୂତାବାସ

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିରେ ଭାରତ ତାର ନାଗରିକମାନଙ୍କୁ ୟୁକ୍ରେନରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା କାର୍ଯ୍ୟ ଜାରି ରଖିଛି। ଏହି ପର୍ଯ୍ୟାୟରେ ୯ମ ଉଡ଼ାଣରେ ରୋମାନିଆର ବୁଖାରେଷ୍ଟରୁ ଏକ ସ୍ୱତନ୍ତ୍ର ବିମାନ ନୂଆଦିଲ୍ଲୀରେ ପହଂଚିଛି। ଏଥିରେ ୨୧୮ ଜଣ ଭାରତୀୟ ନାଗରିକ ଅଛନ୍ତି। ସପ୍ତମ ଉଡ଼ାଣରେ ୧୮୨ ଜଣଙ୍କୁ ମୁମ୍ବାଇ ଅଣାଯାଇଛି। କେଦ୍ରମନ୍ତ୍ରୀ ନାରାୟଣ ରାଣେ ସେମାନଙ୍କୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି। ଏପର୍ଯ୍ୟନ୍ତ ଅପରେସନ ଗଙ୍ଗା ଯୋଜନାରେ ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନରୁ ୧ ହଜାର ୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

ଆଜି ବୁଦାପେଷ୍ଟରୁ ଅଷ୍ଟମ ଉଡନାରେ ୨୧୬ ଜଣ ଭାରତୀୟ ନାଗରିକଙ୍କୁ ନେଇ ଏକ ବିମାନ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରୁଛି। ଏ ନେଇ ବୈଦେଶିକ ମନ୍ତ୍ରୀ ଡଃ ଜୟଶଙ୍କର କହିଛନ୍ତି, ସୁରକ୍ଷିତ ଭାବେ ସେଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଫେରଇ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଛି।

- Advertisement -

ସେଠାକାର ଭାରତୀୟ ଦୂତାବାସ କହିଛି ଯେ ଦୂତାବାସ ନିକଟରେ ଥିବା ୪ ଶହ ନାଗରିକଙ୍କୁ ତୁରନ୍ତ କିଭ ଛାଡିବା ପାଇଁ ସତର୍କ କରାଇ ଦିଆଯାଇଛି। ସେହି ଛାତ୍ରଛାତ୍ରୀମାନେ ଫେବୃଆରୀ ୨୪ ଠାରୁ ସେଠାରେ ଅଛନ୍ତି। ଏକ ଟ୍ୱିଟରେ, ଦୂତାବାସ କହିଛି ପ୍ରାୟ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆଜି କିଭରୁ ୟୁକ୍ରେନର ପଶ୍ଚିମାଞ୍ଚଳକୁ ସ୍ଥାନାନ୍ତର କରିବା ଯୋଜନା କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories