www.samajalive.in
Saturday, December 6, 2025
15.1 C
Bhubaneswar

୧୦ ବର୍ଷୀୟ ପିଲା ପାଟିରେ ୫୦ ଦାନ୍ତ; ୩୦ ଓପାଡ଼ିଲେ ଡାକ୍ତର

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ଘଟଣା ସମ୍ନାକୁ ଆସିଛି। ସେଠାରେ ଏକ ପିଲା ପାଟିରେ ୫୦ଟି ଦାନ୍ତ ଥିବା ଦେଖିବାକୁ ମିଳିଛି। ପିଲାଟିର ଦାନ୍ତରେ ଯନ୍ତ୍ରଣା ହେଉଥିବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଡାକ୍ତର ପରୀକ୍ଷା ନୀରିକ୍ଷା କରି ଜାଣିବାକୁ ପାଇଲେ ଯେ, ପିଳାଟି ଏକ ବିରଳ ରୋଗରେ ପୀଡ଼ିତ। ଡାକ୍ତରୀ ଭାଷାରେ ଏହି ରୋଗକୁ ଓଡୋଣ୍ଟୋମା କୁହାଯାଏ। ଲକ୍ଷେରେ ପ୍ରାୟ ଗୋଟିଏ କିମ୍ବା ଦୁଇଟି ଏଭଳି ମାମଲା ସାମ୍ନାକୁ ଆସିଥାଏ।

ଏହି ୧୦ ବର୍ଷୀୟ ବାଳକର ପାଟି ବହୁତ ଫୁଲିଯାଇଥିଲା। ଦୀର୍ଘ ଦିନ ଧରି ସେ ଦାନ୍ତରେ ଯନ୍ତ୍ରଣା ଅନୁଭବ କରୁଥିଲା। ଏଭଳି ପରିସ୍ଥିତିରେ ପିଲାଟିର ତୁରନ୍ତ ଅସ୍ତ୍ରୋପଚାର କରିବା ଜରୁରୀ ଥିଲା। ଡାକ୍ତର ସଚିନ ଠାକୁରଙ୍କ କହିବା ମୁତାବକ, ଯଦି ସମୟ ଥାଉ ଥାଉ ଏହି ରୋଗର ଚିକିତ୍ସା କରା ନଯାଏ ତାହେଲେ ଏହାର ପରିଣାମ ଖୁବ୍‌ ଭୟଙ୍କର ହୋଇପାରେ। ପିଲାଟିର ମଧ୍ୟ ଏକ ଅସୁବିଧା ଥିଲା ଯେ, ଏହି ଅତିରିକ୍ତ ଦାନ୍ତ ତାଙ୍କ ସୁସ୍ଥ ଦାନ୍ତକୁ ମଧ୍ୟ ପ୍ରଭାବିତ କରୁଥିଲା। ତିନି ଜଣିଆ ଡାକ୍ତରୀ ଟିମ୍‌ ଏହି ବାଳକର ସଫଳ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ସମୟରେ ପିଲାଟିର ୩୦ଟି ଦାନ୍ତ ଓପଡ଼ା ଯାଇଥିଲା। ତେବେ ୧୮ ବର୍ଷ ସୁଦ୍ଧା ପିଲାଟିର ୩୦ଟି ଦାନ୍ତ ଉଠିଯିବ ବୋଲି ଡାକ୍ତର କହିଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ଅସ୍ତ୍ରୋପଚାର ବହୁତ କଷ୍ଟସାଧ୍ୟ ଥିଲା ଓ ଦୀର୍ଘ ଅଢେଇ ଘଣ୍ଟା ଧରି ଏହା ଚାଲିଥିଲା। ବର୍ତ୍ତମାନ ପିଲା ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କୁହାଯାଉଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories