ସୁଆଣ୍ଡୋ: ପ୍ରଭୁ ଶିବଙ୍କର ଜାଗରଯାତ୍ରା ପ୍ରମୁଖ ପର୍ବ। ଏହି ଅବସରରେ ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ଶୈବପୀଠଗୁଡିକରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ରାତି ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳୁ ମହାପ୍ରଭୁଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଫୁଲ, ବେଲପତ୍ର, ଧୂପ, ଦୀପ, ଭୋଗ ଧରି ମାସ୍କ ପିନ୍ଧି ଧାଡ଼ିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ସାକ୍ଷୀଗୋପାଳର କୋଶଳେଶ୍ୱର, ବରାଳ ବାଲୁଙ୍କେଶ୍ୱର, ଅଳଗୁମ ଗତିଶ୍ୱର, ଶାଣ୍ଢରା ନୀଳକଣ୍ଠେଶ୍ଵର, ସୁଆଣ୍ଡୋ ଲୋକେଶ୍ୱର, ବିଦ୍ୟାଧରପୁର କୁଣ୍ଡଳେଶ୍ୱର, ବାଲି କପିଳେଶ୍ଵର, ଚନ୍ଦ୍ରଶେଖର, ରାୟପୁର ନୀଳକଣ୍ଠେଶ୍ଵର ଆଦି ଶିବମନ୍ଦିରଗୁଡିକରେ ଜାଗରଯାତ୍ରା ପାଳିତ ହେଉଛି । ମେଳା ପଡିଆରେ ବିଭିନ୍ନ ପ୍ରକାର ଦୋକାନ ଖୋଲିଛି। କୁଲା, ବାଉଁଶିଆ, ଟୋକେଇ, ଝାଡୁ, ବେତମାଣ, ମାଟିହାଣ୍ଡି, ପନିକି ଆଦି ଘରକରଣା ଜିନିଷମାନ ମେଳାରେ ବିକ୍ରୀବଟା ଲାଗିଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କରୋନା ପ୍ରକୋପ କମିଥିବା ଓ ସରକାରୀ କଟକଣା କୋହଳ ହୋଇଥିବାରୁ ଶ୍ରଦ୍ଧାଳୁମାନେ ଆନନ୍ଦିତ ଥିବା ଦେଖିବାକୁ ମିଳିଛି।
Popular Categories



