www.samajalive.in
Saturday, December 13, 2025
14.1 C
Bhubaneswar

କଣ୍ଟିଆପଡା ପଞ୍ଚାୟତର ସମିତି ସଭ୍ୟା ହେଲେ ସଞ୍ଜୁଲତା ମହାନ୍ତ

ପାଟଣା : ପାଟଣା ବ୍ଲକର ବହୁଚର୍ଚ୍ଚିତ କଣ୍ଟିଆପଡା ପଞ୍ଚାୟତର ସମିତି ସଭ୍ୟା ଭାବେ ସଞ୍ଜୁଲତା ମହାନ୍ତ ନିର୍ବାଚିତ ହୋଇଛନ୍ତି।l ଏଠାରେ ୪ ଜଣ ମହିଳା ମଇଦାନରେ ଥିଲେ। ସଞ୍ଜୁଲତାଙ୍କୁ ମୋଟ ୯୫୮ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ରଙ୍ଗଲତା ମହାନ୍ତ ଙ୍କୁ ୮୬୬ଖଣ୍ଡ ଭୋଟ ମିଳିଛି। ୨୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଥିବା ସୁରୁମାଲ ବେହେରା ଏଠାରେ ଅନ୍ୟତମ ପ୍ରତିଦ୍ୱନ୍ଦୀ ଥିଲେ।
ସୂଚନା ଯୋଗ୍ୟ ଯେ କଣ୍ଟିଆପଡା ପଂଚାୟତର ସମିତି ସଭ୍ୟ ଭାବେ ଗତଥର ଜଗନ୍ନାଥ ନାଏକ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ହେବା ସହ ପରେ ସାଧାରଣ ନିର୍ବାଚନରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବିଧାନସଭାକୁ ଯାଇଥିଲେ। ଏଠାରେ ଚଳିତ ପଞ୍ଚାୟତ ନିର୍ବାଚନରେ ଗଣ୍ଡଗୋଳ କାରଣରୁ ପଞ୍ଚାୟତ ଅଞ୍ଚଳ ଅଶାନ୍ତ ହୋଇପଡ଼ିଥିଲା। ନବ ନିର୍ବାଚିତ ସମିତି ସଭ୍ୟା ସଞ୍ଜୁଲତା ଓଡିଶା କୁଡୁମି ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତଙ୍କ ଧର୍ମପତ୍ନୀ ବୋଲି ସୁଚନା ମିଳିଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories