www.samajalive.in
Sunday, December 14, 2025
23.1 C
Bhubaneswar

୧ନଂ ଜୋନରେ ଶାନ୍ତିଲତାଙ୍କ ବିପୁଳ ବିଜୟ

ଆଠଗଡ :  ଆଠଗଡ ବ୍ଲକର ୧ନଂ ଜିଲ୍ଲାପରିଷଦ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ଶାନ୍ତିଲତା ବେହେରା ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡିଛି । ଶନିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆଠଗଡର ଗୋପବନ୍ଧୁ ବିଜ୍ଞାନ କଲେଜ ପରିସରରେ ତ୍ରିସ୍ତରୀୟ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଆଠଗଡ ବ୍ଲକର ୧ନଂ ଜୋନର ଜିଲ୍ଲା ପରିଷଦ ଆସନ ସହିତ ୧୦ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟଙ୍କ ଭୋଟଗଣତି ମଧ୍ୟରାତ୍ରି ପ୍ରାୟ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ଜିଲ୍ଲାପରିଷଦ ଆସନଟି ମହିଳାଙ୍କ ପାଇଁ ସୁରକ୍ଷିତ ରହିଥିବାବେଳେ ଏଥିରେ ବିଜୁ ଜନତା ଦଳର ଶାନ୍ତିଲତା ବେହେରା, ଭାରତୀୟ ଜନତା ପାର୍ଟିର ସନ୍ତୋଷିନୀ ଜେନା ଏବଂ କଂଗ୍ରେସ ପ୍ରାର୍ଥୀନୀ ମନମୋହିନୀ ଧଳଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିଲା । ଶନିବାର ଗଣତି ପରେ ପ୍ରକାଶିତ ଫଳାଫଳରୁ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀନୀ ସନ୍ତୋଷିନୀ ଜେନାଙ୍କଠାରୁ ୧୪୨୫୭ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ଘୋଷିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ବେହେରାଙ୍କୁ ୨୧୮୫୪ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀନୀ ଶ୍ରୀମତୀ ଜେନାଙ୍କୁ ୭୫୯୭ଖଣ୍ଡ ଭୋଟ ଏବଂ ୩ୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀନୀ ଶ୍ରୀମତୀ ଧଳଙ୍କୁ ୧୦୬୬ଖଣ୍ଡ ଭୋଟ ମିଳିଛି । ଏହି ଜୋନରେ ମୋଟ ୩୦୯୯୯ ଭୋଟ ପଡିଥିବାବେଳେ ସେଥିମଧ୍ୟରୁ ୪୮୨ଖଣ୍ଡ ଭୋଟ ନାକଚ ହୋଇଥିବା ଜଣାପଡିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories