www.samajalive.in
Saturday, December 13, 2025
26.1 C
Bhubaneswar

୨ୟ ଟି୨୦ ସହ ଶୃଙ୍ଖଳା ଜିତିଲା ଭାରତ

ଧର୍ମଶାଳା: ଶେୟାସ ଆୟର, ରବୀନ୍ଦ୍ର ଜାଡ଼େଜା ଓ ସଞ୍ଜୁ ସାମ୍‌ସନଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ଶନିବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଘରୋଇ ଭାରତ। କ୍ରମାଗତ ୨ୟ ଏକତରଫା ମୁକାବିଲାକୁ ଭାରତ ୭ ୱିକେଟ​‌େ​‌ର ଜିତିନେଇଛି। ଏହାସହ ୨-୦ରେ ଆଗୁଆ ରହି ୩ୟ ମ୍ୟାଚ୍‌ର ଟି୨୦ ଶୃଙ୍ଖଳାକୁ ଭାରତ ହାତେଇ ନେଇଛି। ପୁଣି ଗତବର୍ଷ ଶ୍ରୀଲଙ୍କାଠାରୁ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ତା’ର ପରାଜୟର ପ୍ରତିଶୋଧ ଭାରତ ନେଇପାରିଛି। ପାଥୁମ୍ ନିଶଙ୍କଙ୍କ ଅର୍ଦ୍ଧଶତକ ଓ ଅଧିନାୟକ ଦାସୁନ ଶନକଙ୍କ ବିସ୍ଫୋରକ ୪୭ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୫ ୱିକେଟରେ ୧୮୩ ରନ୍‌ର ପ୍ରଭାବଶାଳୀ ସ୍କୋର୍‌ କରିଥିଲା। ପରେ ଘରୋଇ ବ୍ୟାଟ୍‌ସମ୍ୟାନ୍ ପ୍ରତ୍ୟାକ୍ରମଣ କରିବାରୁ ୧୭.୧ ଓଭରରେ ୩ ୱିକେଟ ହରାଇ ଭାରତ ବିଜୟୀ ହୋଇଥିଲା।

୧୮୪ ରନ୍ ଲକ୍ଷ୍ୟରେ ଭାରତ ପ୍ରଥମ ଓଭରରେ ଅଧିନାୟକ ରୋହିତ ଶର୍ମା (୧)ଙ୍କ ୱିକେଟ ହରାଇବା ଘରୋଇ ଦଳ ପାଇଁ ଶକ୍ତ ଧକ୍କା ଥିଲା। ଶ୍ରେୟାସ ଆୟର କ୍ରିଜ୍‌କୁ ଆସିବା ମାତ୍ରେ ଦର୍ଶନୀୟ ସଟ୍‌ସବୁ ଖେଳିଥିଲେ। ଈଶାନ କିଷନ୍‌ ୧୫ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍‌କରି ଆଉଟ ହୋଇଥିଲେ। ୩ୟ ୱିକେଟ ଭାଗିଦାରୀରେ ଶ୍ରେୟାସ ଆୟର ଓ ସଞ୍ଜୁ ସାମ୍‌ସନ ୪୭ ବଲ୍‌ରୁ ୮୪ ରନ୍‌ ଯୋଗକରି ଭାରତର ବିଜୟ ନିଶ୍ଚିତ କରିଥିଲେ। ସାମ୍‌ସନ ୨୫ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୯ ରନ୍‌କରି ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡ଼େଜା ବ୍ୟାଟିଂକ୍ରମରେ ପଦୋନ୍ନତି ପାଇଥିଲେ। ଏହାର ଫାଇଦା ଉଠାଇ ବାମହାତି ଜାଡ଼େଜା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶ୍ରେୟାସ ଆୟର ଓ ଜାଡ଼େଜା ଅବିଭାଜିତ ୪ର୍ଥ ୱିକେଟ ପାଇଁ ମାତ୍ର ୨୫ ବଲ୍‌ରୁ ୫୮ ରନ୍‌ର ଭାଗିଦାରୀ କରିଥିଲେ। ଜାଡ଼େଜା ୧୮ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୫ ରନ୍‌ କରିଥିଲେ। କ୍ରମାଗତ ୨ୟ ମ୍ୟାଚ୍‌​‌େ​‌ର ଅର୍ଦ୍ଧଶତକ ମାରିଥିବା ଶ୍ରେୟାସ ଆୟର ୪୪ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୭୪ ରନ୍‌କରି ଅପରାଜିତ ଥିଲେ। ଲାହିରୁ କୁମାର ୨ଟି ୱିକେଟ ନେଇଥିଲେ। ଆୟର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

- Advertisement -

ଟସ୍ ଜିତି ଭାରତ ଫିଲ୍‌ଡିଂ ନେବା ପରେ ଶ୍ରୀଲଙ୍କାର ଦୁଇ ଓପ୍‌ନର ପାଥୁମ୍ ନିଶଙ୍କା ଓ ଦନୁଷ୍କା ଗୁଣତିଳକ ଓପ୍‌ନିଂ ଯୋଡ଼ିରେ ୬୭ ରନ୍‌ କରିଥିଲେ। ପ୍ରଭାବଶାଳୀ ବ୍ୟାଟିଂ କରିଥିବା ଗୁଣତିଳକ ୨୯ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାସହ ଶ୍ରୀଲଙ୍କା ୩୫ ରନ୍‌ ମଧ୍ୟରେ ୪ଟି ୱିକେଟ ହରାଇଥିଲା। ଚରିତ ଆସାଲଙ୍କା ୨, କାମିଲ ମିଶାରା ୧ ଓ ଦିନେଶ ଚାନ୍ଦିମାଲ ୯ ରନ୍‌କରି ଆଉଟ ହୋଇଥିଲେ। ଦାସୁନ୍ ଶନକ କ୍ରିଜ୍‌କୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଫଳରେ ୧୫ ଓଭରରେ ୪ ୱିକେଟରେ ୧୦୩ ରନ୍‌ କରିଥିବା ଶ୍ରୀଲଙ୍କା ନିସ୍ତୁକ ପ୍ରହାରକରି ଶେଷ ୫ ଓଭରରେ ୮୦ ରନ୍‌ ଯୋଗ କରିଥିଲେ। ନିଶଙ୍କା ୫୩ ବଲ୍‌ରୁ ୧୧ଟି ଚୌକା ସହ ୭୫ ରନ୍‌ କରିଥିଲେ। ଦାସୁନ୍ ଶନକ ବିଧ୍ବଂସୀ ବ୍ୟାଟିଂକରି ୧୯ ବଲ୍‌ରୁ ୫ଟି ଛକା ଓ ୨ଟି ଚୌକା ସହ ୪୭ ରନ୍‌କରି ଅପରାଜିତ ଥିଲେ। ଯଶପ୍ରୀତ ବୁମ୍‌ରା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଅନ୍ୟ ସମସ୍ତ ବୋଲର ଅତ୍ୟଧିକ ରନ୍‌ ବ୍ୟୟ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories