www.samajalive.in
Sunday, December 14, 2025
23.1 C
Bhubaneswar

ପଞ୍ଚାୟତ ନିର୍ବାଚନ: ୧୮ କୋଟିର ନିଶା ସାମଗ୍ରୀ ଜବତ, ୫୮୮୬ ଗିରଫ

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜାନୁଆରୀ ୧୧ରୁ ଫେବୃଆରୀ ୨୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରାଯାଇଛି। ଏହି ସମୟ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ମୋଟ ୬୮୧୮ଟି ମାମଲା ରୁଜୁ ହୋଇଥିବା ବେଳେ ୫୮୮୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ପଞ୍ଚାୟତ ନିର୍ବାଚନରେ ରାଜ୍ୟର ବହୁ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୧ଲକ୍ଷ ୭୭ହଜାର ୬୨୫ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ବେଳେ ୧ଲକ୍ଷ ୯୪ହଜାର ୮୭୮ଲିଟର ଦେଶୀ ମଦ ଓ ମଦ ପ୍ରସ୍ତୁତ କାରି ସାମଗ୍ରୀ ଜବତ ହୋଇଛି। ଏଥିସହ ୫୦୦୦ କିଲୋ ଗଞ୍ଜେଇ ଓ ୯୩୦ ଗ୍ରାମ ଧଳାଜହର ଜବତ କରାଯାଇଛି। ୨୬୬୩ ଲିଟର ନକଲି ମଦ ଓ ୩୩୨ଲିଟି ସ୍ପିରିଟ ଜବତ କରାଯାଇଛି। ଏହି ବେଆଇନ୍‌ କାରବାରରେ ମୋଟ ୫୮୮୬ଜଣଙ୍କୁ ଗିରଫ କରାଯାଇଛି। ୨୭୬ଟି ବାଇକ୍‌ ଓ କାର ଜବତ ହୋଇଛି।

- Advertisement -

ଜାନୁଆରୀ ଓ ଫେବୃଆରୀରେ ୧୮କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ନିଶା ସାମଗ୍ରୀ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ କେତେକ ସ୍ଥାନରୁ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ ହୋଇଛି। ଫେବୃଆରୀ ୨୪ରେ ମଙ୍ଗୁଳି ଛକ ନିକଟରୁ ଏକ ପିକ୍‌ ଅପ ଭ୍ୟାନ୍‌ରୁ ୧୦୨ କିଲୋ ଗଞ୍ଜେଇ ଜବତ କରାଯାଇଥିଲା। ୨୩ ତାରିଖରେ ଭୁବନେଶ୍ବରରୁ ୧୩୨ ଗ୍ରାମ ଧଳାଜହର, ରାଜ୍ୟର ବିଭିନ୍ନ ସ୍ଥାନରୁ ୨୨୦ ଲିଟର ନକଲି ମଦ ଓ ୩୭ କିଲୋ ଗଞ୍ଜେଇ ଜବତ ହୋଇଥିଲା। ୧୭ ତାରିଖରେ ବ୍ରହ୍ମପୁର ଓ ଭଦ୍ରକରୁ ନକିଲି ମଦ ଜବତ ହୋଇଥିବା ବେଳେ ୧୦ରେ ବାଲେଶ୍ବରରୁ ଏକ ପିକ୍‌ ଅପ୍‌ ଭ୍ୟାନ୍‌ ଭିତରୁ ୧୨୦୦ ଲିଟର ବିଦେଶୀ ମଦ ଜବତ ହୋଇଥିଲା।

ଫେବୃଆରୀ ୬ରେ ନୟାଗଡ , ବ୍ରହ୍ପପୁର, କଟକ ଓ ଅନୁଗୋଳରୁ ବିପୁଳ ପରିମାଣର ବିଦେଶୀ, ଅପମିଶ୍ରିତ ମଦ ସାଙ୍ଗକୁ ମଦ ପ୍ରସ୍ତୁତକାରୀ ସାରଞ୍ଜାମ ଜବତ ହୋଇଥିଲା। ଫେବୃଆରୀ ୩ରେ ଭଦ୍ରକ, ବରଗଡ,​‌ ବ୍ରହ୍ପପୁର, ଯାଜପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ ହୋଇଥିଲା। ଜାନୁଆରୀ ୩୦, ୨୩ ଓ ୧୭ଖରେ ମଧ୍ୟ ପ୍ରାୟ ୫୦ଲକ୍ଷରୁ ଅଧିକ ମୂଲ୍ୟର ନିଶା ସାମଗ୍ରୀ ଜବତ ହୋଇଥିଲା।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories