ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଏକନମ୍ବର ଜୋନର ଭୋଟ ଗଣତି ଶନିବାର ଶେଷ ହୋଇଛି। ଏଥିରେ କଂଗ୍ରେସ ପ୍ରାର୍ଥୀ ହିଙ୍ଗୁ ସାଉନ୍ତା ୫୩୩ ଖଣ୍ଡ ଅଧିକ ଭୋଟ ରେ ଆଗୁଆ ଥିବା ଜଣାପଡିଛି। କଂଗ୍ରେସ ପ୍ରାର୍ଥୀ ହିଙ୍ଗୁ ସାଉନ୍ତା ୭୫୧୦ ଭୋଟ ପାଇଥିବା ବେଳେ ବିଜେଡି ର କୁମୁୁଦ ଚନ୍ଦ୍ର ସାଉନ୍ତା ୬୯୭୭ ପାଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ବଳରାମ ମାଣ୍ଡିଙ୍ଗା ୨୪୭୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ରେ ଥିବା ବେଳେ ବିଏସପି ର ରମେଶ ଜାନୀ ୬୩୭ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି। ୧୧୦୮ ଖଣ୍ଡ ଭୋଟ ନାକଚ ହୋଇଯାଇଥିବା ଜଣାପଡିଛି। ଏହି ସବୁ ତଥ୍ୟ ପରେ ସରକାରୀ ଭାବେ ଘୋଷଣା କରାଯିବ।
Popular Categories



