ରାଜ୍ୟରେ ମହାଶିବରାତ୍ରି ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଜାରି -ଜାଣନ୍ତୁ କ’ଣ ରହିଛି ନିର୍ଦେଶ

ଭୁବନେଶ୍ୱର – ମାର୍ଚ୍ଚ ଏକ ତାରିଖରେ ମହାଶିବାରାତ୍ରି ଏଥିପାଇଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାପାଇଁ ମିଳିବ । ଜାଗରରେ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁମାନଙ୍କର ଭିଡ ଜମିବ । ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ମନ୍ଦିରର ଗହଳି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ପ୍ରସିଦ୍ଧ ଶୈବପୀଠମାନଙ୍କରେ ଯେପରି ଏହି ମାର୍ଗଦର୍ଶିକାକୁ ପାଳନ କରାଯିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ କୁହାଯାଇଛି । ପୌରସଂସ୍ଥାମାନଙ୍କରେ ଏହାର କମିଶନର ଦୃଷ୍ଟି ଦେବା ପାଇଁ କୁହାଯାଇଛି ।

prayash

ମନ୍ଦିର ଭିତରେ ଭକ୍ତ ଭିଡ ଜମାଇବେ ନାହିଁ । ମାସ୍କ ପିନ୍ଧିବା ସହ ହାତକୁ ସାନିଟାଇଜ୍‌ କରିବା ପାଇଁ ଦୃଷ୍ଟି ଦିଆଯିବ । ଏହା ସହ ମନ୍ଦିର ବାହାରେ ଯେପରି ଗହଳି ରହିବା ନାହିଁ ସେଥିପ୍ରତି ନଜର ଦେକୁ କୁହାଯାଇଛି । ମେଳାରେ ମଧ୍ୟ ଅଧିକ ଗହଳି ହେବ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଛି ।

kalyan agarbati

Comments are closed.