ଭୁବନେଶ୍ବର : ଏଫଆଇଏଚ୍ ପ୍ରୋ-ଲିଗ୍ ମହିଳା ହକି ପ୍ରତିଯୋଗିତାରେ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ଚମତ୍କାର ବିଜୟ ହାସଲ କରିଛି । କଳିଙ୍ଗ ଷ୍ଟାଡିୟମରେ ସବିତା ପୁନିଆଙ୍କ ନେତୃତ୍ବରେ ଶନିବାର ଅନୁଷ୍ଟିତ ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଏହି ବିଜୟ ହାସଲ କରିଛି । ଭାରତ ପ୍ରଥମଥର ପାଇଁ ଏଫଆଇଏଚ୍ ପ୍ରୋ-ଲିଗ୍ ମହିଳା ହକି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ କ୍ରମାଗତ ଭାବେ ଦ୍ବିତୀୟ ଦେଶ ସ୍ପେନ ବିପକ୍ଷରେ ବିଜୟ ହାସଲ କରିଛି।
ଭାରତୀୟ ମହିଳା ହକି ଦଳର ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପୂର୍ବରୁ ଓମାନରେ ଖେଳାଯାଇଥିବା ମ୍ୟାଚରେ ଚୀନ ବିପକ୍ଷରେ ମଧ୍ୟ ଭାରତ ୨ଟି ମ୍ୟାଚରେ ବିଜୟୀ ହୋଇଥିଲା।



