ଆଠଗଡ଼: ଆଠଗଡ଼ର ରାଜବାଟିନଗର ଅଞ୍ଚଳରେ ରହୁଥିବା ଦିପ୍ତୀକୃଷ୍ଣ ପାଲଙ୍କ ଘରୁ ଏକ ସାଢେ ୪ଫୁଟ ଲମ୍ବର ନାଗସାପ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅପରାହ୍ନ ପ୍ରାୟ ୩ଟା ବେଳେ ନାଗସାପଟି ତାଙ୍କ ଘରେ ପଶିଥିବା ଦେଖି ଦିପ୍ତୀ ପ୍ରଥମେ ବନବିଭାଗ ଏବଂ ପରେ ସ୍ନେକ୍ ହେଲ୍ପଲାଇନର ସଦସ୍ୟ ତଥା ସାପଧରାଳି ସୁଶାନ୍ତ କୁମାର ପାତ୍ରଙ୍କୁ ଖବର ଦେଇଥିଲେ। ସାପ ଭୟରେ ଘର ଲୋକ ବାହାରକୁ ପଳାଇ ଆସିଥିଲେ। ସାପଧରାଳି ସୁଶାନ୍ତ ପାତ୍ର କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ଘର ମଧ୍ୟରୁ ସାପଟିକୁ ଉଦ୍ଧାର କରିବା ପରେ ତାକୁ ସୁରକ୍ଷିତ ଭାବେ ନିକଟବର୍ତ୍ତି ବୌଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡ଼ିଛି।
Popular Categories



