ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ପୁରସ୍କାର ବିତରଣ ଉତ୍ସବ
ସୁଆଣ୍ଡୋ : ପୁରୀଜିଲ୍ଲା ସତ୍ୟବାଦୀ ଟାଲେଣ୍ଟ ସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ବୁଢାକେରା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁବାସ ଚନ୍ଦ୍ର ଜେନା ସଭାପତିତ୍ୱ କରି ଥିଲେ । ‘ସମାଜ’ର ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଗ୍ରାମାଞ୍ଚଳ ଗୁଡିକରେ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଅଭାବ ନାହିଁ। ସେମାନଙ୍କୁ ଅନ୍ୱେଷଣ କରି ସମାଜରେ ପ୍ରତିଷ୍ଠିତ କରିବାର ଆବଶ୍ୟକତା ରହିଛି ।
ଏଥିପାଇଁ ଟାଲେଣ୍ଟ ସର୍ଚ୍ଚ ଅନୁଷ୍ଠାନର କର୍ମକର୍ତ୍ତାଗଣ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି କହିଥିଲେ । ପ୍ରଥମେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପ୍ରଦିପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା । ଶିକ୍ଷାବିତ ସୁଦାମ ଚରଣ ବାରିକ, ସମାଜସେବୀ ପଦ୍ମଲାଭ ପଣ୍ଡା ଓ ପ୍ରଭାତ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ବିଭିନ୍ନ ବିଭାଗ ରେ ଉତ୍କର୍ଷତା ଲାଭ କରିଥିବା ୯ ଟି ବିଦ୍ୟାଳୟର ୩୯ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।ସଂପାଦକ ଅନିଲ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନ ର ମୁଖ୍ୟ ସଂଯୋଜକ ଦୁର୍ଯ୍ୟୋଧନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନୁଷ୍ଠାନ ତରଫରୁ ସମାଜସେବୀ ୮ ଜଣଙ୍କୁ ଉତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କାହ୍ନୁ ଚରଣ ସେନାପତି ଓ ରମେଶଚନ୍ଦ୍ର ମାଝି ସହଯୋଗ କରି ଥିଲେ ।
Comments are closed.