www.samajalive.in
Sunday, December 7, 2025
18.1 C
Bhubaneswar

ଆଗ୍ରାରେ ସଡକ ଦୁର୍ଘଟଣା ; ୨ ମୃତ,୭ ଆହତ

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାରେ ମଙ୍ଗଳବାର ରାତିରେ ଆଗ୍ରାରେ ଏକ ହୋଟେଲ ସମ୍ମୁଖରେ ଯାତ୍ରୀବାହୀ ବସ  ଅନ୍ୟ ଏକ ବରଯାତ୍ରୀ ଗାଡି ସହ ଧକ୍କା ହୋଇଛି। ଦୁର୍ଘଟଣାରେ ଅନ୍ୟ ଏକ ଗାଡିରେ ଥିବା ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ୭ ଜଣ ଆହତ ହୋଇଛନ୍ତି। ବସ ସହ ଧକ୍କା ହୋଇଥିବା ଅନ୍ୟ ଏକ ଗାଡି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଖୁବ ଜୋରରେ ଚିତ୍କାର ଶୁଣିବାକୁ ମିଳିଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିବା ସହ ପୂର୍ବରୁ ସ୍ଥାନୀୟ ଲୋକେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବସଟି ଜୟପୁରରୁ ଦେବରିୟା ଯାଉଥିଲା। ଅନ୍ୟ ଏକ ଗାଡିରେ ଥିବା ଲୋକେ ଫତେବାଦରୁ ବିଜଲୀଘରରୁ ଆସିୁଥିବା ବରଯାତ୍ରୀରେ ସାମିଲ ହେବା ପାଇଁ ଯାଉଥିଲେ। ଦୁର୍ଘଟଣାରେ ବସରେ ଥିବା ଯାତ୍ରୀମାନେ ଆହତ ହୋଇ ନାହାଁନ୍ତି। ମାତ୍ର ଅନ୍ୟ ଗାଡିରେ ଥିବା ଯାତ୍ରୀ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories