www.samajalive.in
Friday, December 12, 2025
16.1 C
Bhubaneswar

ଏହି ବ୍ୟକ୍ତି ସ୍ନାନ କରୁଥିବା ବେଳେ ଦେଖିଲେ ମୁଣ୍ଡ ଉପରେ ବିଶାଳ ସାପ

ନୂଆଦିଲ୍ଲୀ – ବେଳେ ବେଳେ ଜୀବନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ । ଜଣେ ବ୍ୟକ୍ତି ନିଜ ଘରେ ଥିବା ସ୍ନାନାଗାରରେ ସ୍ନାନ କରୁଥିବା ବେଳେ ମୁଣ୍ଡ ଉପରେ ବିଶାଳକାୟ ସାପ ଦେଖିବା ପାଇଁ ପାଇଥିଲେ । ଏହାର ଭିଡିଓ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଦୃଶ୍ୟ ଦେଖିବା ପରେ କେହିବି ସାଧାରଣ ଲୋକଙ୍କ ମନରେ ଭୟ ଜାତ ହେବ

- Advertisement -

ସାଧାରଣତଃ ଅଧିକାଂଶ ଲୋକ ସାପର ନାଁ ଶୁଣିଲେ ଭୟ ପାଇଥାଆନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସାପକୁ ଭୟ କରନ୍ତି ନାହିଁ । ଏହି ଯେଉଁ ଭିଡିଓଟି ଭାଇରାଲ୍‌ ହୋଇଛି ସେଥିରେ ଜଣେ ବ୍ୟକ୍ତି ତାଙ୍କ ଗରର ସ୍ନାନାଗାରରେ ଦାନ୍ତ ଘଷୁଥିବା ଦେଖିବା ପାଇଁ ମିଳିଛି । ଏହି ବିଶାଳକାୟ ସାପଟି ତାଙ୍କ ମୁଣ୍ଡ ଉପରେ ଏକ ନଳରେ ଝୁଲି ରହିଛି । ଏହା ବ୍ୟକ୍ତିଙ୍କ ଆଡକୁ ମୁଣ୍ଡ କରିବା ସହ ଆକ୍ରମଣ କରିବା ଭଙ୍ଗିରେ ଅନାଇ ରହିଛି । ମାତ୍ର ବ୍ୟକ୍ତି ଜଣଙ୍କ ନିର୍ଭୟରେ ଦାନ୍ତ ଘଷିବା ସହ ସାପ ସହ ଆଖିରେ ଆଖି ମିଳାଇ ଅନାଇ ରହିଛନ୍ତି ।

ଇନଷ୍ଟାରେ ଅଣ୍ଡର ଜୋନ୍‌ ନାମକ ପ୍ରୋଫାଇଲ୍‌ରେ ଏହି ଭିଡିଓଟି ସେୟାର କରାଯାଇଛି । ଲକ୍ଷ ଲକ୍ଷ ଲୋକ ଏହି ଭିଡିଓଟି ଦେଖି ସାରିଲେଣି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories