www.samajalive.in
Friday, December 12, 2025
16.1 C
Bhubaneswar

ପ୍ରକୃତି ଓ ପରିବେଶର ଗଭୀର ଅନୁଶୀଳନ ବିଜ୍ଞାନ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶବିଶେଷ ସ୍ୱରୂପ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଶୀର୍ଷକ ସପ୍ତାହ ବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ମଙ୍ଗଳବାର ଉଦ୍‍ଘାଟିତ ହୋଇଯାଇଛି। ଆଜି କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ତଥା ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର, ଅତିରିକ୍ତ ପ୍ରମୁଖ ବନସଂରକ୍ଷକ ତଥା ଓରସାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପି. କେ. ମଲ୍ଲିକ, ସିବିଏସଇର ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ କେ. ଶ୍ରୀନିବାସନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଥିଲା।
ବିଜ୍ଞାନ ଓ କାରିଗରୀ କୌଶଳୟ ତଥା ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର କହିଥିଲେ ଯେ ପ୍ରକୃତି ଓ ପରିବେଶର ଗଭୀର ଅନୁଶୀଳନ ହେଉଛି ବିଜ୍ଞାନ। ଏହାକୁ ଆଗେଇ ନେବା ପ୍ରକ୍ରିୟା ହେଉଛି ବୈଷୟିକ ଜ୍ଞାନ କୌଶଳ। ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନ କୌଶଳ ଆମ ଜୀବନର ଅଂଶ ବିଶେଷ ପାଲଟିଯାଇଛି, ଯାହା କି କରୋନା ମହାମାରୀରୁ ପ୍ରମାଣିତ ହୋଇଛି। ଶ୍ରୀ ମଲ୍ଲିକ କହିଥିଲେ ଯେ ବଞ୍ଚିବା, ବଢ଼ିବା ଏବଂ ନିର୍ଭରଶୀଳ ପାଇଁ ଆମେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ଆବଶ୍ୟକ କରିଥାଉ। ବିଜ୍ଞାନ ଓ ବୈଷୟିକ କୌଶଳ ହେଉଛି ଆମର ଦୁଇ ହାତ ସଦୃଶ। ଆମେ ଯାହା ଚିନ୍ତାକରୁ ତାହା ବିଜ୍ଞାନ ଏବଂ ଏହାକୁ କାର୍ଯ୍ୟରେ ପରିଣତ କରିବା ହେଉଛି ବୈଷୟିକ ଜ୍ଞାନ। ଛାତ୍ରଛାତ୍ରୀଙ୍କଠାରେ ବୈଜ୍ଞାନିକ ମନୋବୃତ୍ତି ବିକଶିତ କରିବା ସହ ଏହାକୁ ଅଭ୍ୟାସରେ ପରିଣତ କରିବା ଉଚିତ। ବିଜ୍ଞାନ ଓ କାରିଗରୀ କୌଶଳର ବିକଶିତ କରି ଏହାକୁ କାମରେ ଲଗାଇବା ଦ୍ୱାରା ଆମର ସ୍ୱାଧୀନତା ସୁରକ୍ଷିତ ରହିପାରିବ ବୋଲି ସେ କହିଥିଲେ। ଏହି ଅବସରରେ ବକ୍ତବ୍ୟ ଦେଇ ଶ୍ରୀନିବାସନ କହିଥିଲେ ଯେ ଆମ ଚାରିପଟେ ଘଟୁଥିବା ଘଟଣାକୁ ଆମେ ବୁଝିବା ଆବଶ୍ୟକ ଏବଂ ଏସବୁର ବିକାଶ ପାଇଁ ଆମେ ଆମର ଜ୍ଞାନକୁ କାର୍ଯ୍ୟରେ ଲଗାଇବା ଉଚିତ। ଆମେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳକୁ ଆମର ଉନ୍ନତମାନର ଜୀବନଧାରଣ ଓ ସମାଜ ପାଇଁ ବ୍ୟବହାର ଉପଯୋଗୀ କରିବା ଦିଗରେ କାର୍ଯ୍ୟ କରିବା ଉଚିତ।

କିଟ ଓ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କହିଥିଲେ ଯେ ଏବେ ହେଉଛି ଜ୍ଞାନ ଓ ବିଜ୍ଞାନର ଯୁଗ। ପୂର୍ବରୁ ଛାତ୍ରଛାତ୍ରୀମାନେ ଜ୍ଞାନ ପାଇଁ କେବଳ ପୁସ୍ତକ ଉପରେ ନିର୍ଭର କରୁଥିଲେ। ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନ କୌଶଳ ଆମର ଜୀବନର ଅଂଶ ବିଶେଷ ପାଲଟିଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ଆମେ ଆଗକୁ ବଢ଼ି ପାରିବା ବୋଲି ତାହା ଗତ ଦୁଇବର୍ଷ ମଧ୍ୟରେ କରୋନା ମହାମାରୀରୁ ପ୍ରମାଣିତ ହୋଇପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ।
ଏହି କାର୍ଯ୍ୟକ୍ରମରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ। ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ଏହି ବିଜ୍ଞାନ ମହୋତ୍ସବରେ ଅଗ୍ନି, ଆକାଶ, ପୃଥିବୀ, ବ୍ରହ୍ମୋସ, ଅସ୍ତ୍ର, ନାଗ ଆଦି ବିଭିନ୍ନ କ୍ଷେପଣାସ୍ତ୍ରର ମଡେଲ ପ୍ରଦର୍ଶିତ ହେବା ସହ ଅର୍ଜୁନ ଟ୍ୟାଙ୍କ, ଆର୍ଟିଲେରୀ ଗନ୍‍ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ବର୍ତ୍ତମାନ ସୁଦ୍ଧା କାର୍ୟ୍ୟକ୍ରମ ପାଇଁ ପଞ୍ଜୀକୃତ କରିଛନ୍ତି। ଏହି ମହୋତ୍ସବରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ୍‍ ସହଯୋଗରେ ୨୦ରୁ ଊର୍ଦ୍ଧ୍ୱ ତୃଣମୂଳସ୍ତରର ବୈଜ୍ଞାନିକଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ। ଏହି ମହୋତ୍ସବ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ସମେତ ଦେଶର ୭୫ଟି ଦେଶରେ ପାଳିତ ହେଉଥିବା ବେଳେ ପାଳିତ ହେଉଥିବା ବେଳେ ମୁଖ୍ୟ କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି।
କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା କାର୍ୟ୍ୟାଳୟ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ କୌଶଳ ବିଭାଗ ଆନୁକୂଲ୍ୟରେ ଭାରତ ସରକାରଙ୍କ ଡିଏସ୍‍ଟି, ଡିବିଟି, ସିଏସ୍‍ଆଇଆର, ଏମ୍‍ଓଇଏସ୍‍, ଡିଏଇ, ଡିଓଏସ୍‍, ଆଇସିଏମ୍‍ଆର, ଏଆଇସିଟିଇ, ଡିଆର୍‍ଡିଓ, ଓଡ଼ିଶା ବିଜ୍ଞାନ ଏକାଡେମୀ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ନଲେଜ ଇନୋଭେସନ୍‍ ସେଣ୍ଟର, କିଟ୍‍ ଓ କିଟ୍‍-ଟିବିଆଇ ସହଯୋଗରେ ଆୟୋଜିତ ଏହି ବିଜ୍ଞାନ ମହୋତ୍ସବ ଫେବୃଆରୀ ୨୮ ତାରିଖ ପର୍ୟ୍ୟନ୍ତ ଚାଲିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories