www.samajalive.in
Saturday, December 13, 2025
21.1 C
Bhubaneswar

ପୁନଃ ମତଦାନ ଦାବି କଲେ ସମିତିସଭ୍ୟ ପ୍ରାର୍ଥିନୀ

ପିପିଲି: ମତଦାନ ସମୟରେ ବାଲାଟ ପେପରରୁ ସାଙ୍କେତିକ ଚିହ୍ନକୁ ଲୁଚାଇ ଦିଆଯାଇ ମତଦାତାଙ୍କୁ ବାଲାଟ ପେପର ଦିଆଯାଇଥିବା ନେଇ ଜଗନାଥପୁର ପଞ୍ଚାୟତର ସମିତିସଭ୍ୟ ପଦରେ ପ୍ରତିଦ୍ୱନ୍ଦିତା କରୁଥିବା ସୁପ୍ରିୟା ଜେନା ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କର ତାଲାଚାବି ଚିହ୍ନ ହୋଇଥିବା ବେଳେ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା ୭ନଂ ୱାର୍ଡ ବୁଥରେ ଭୋଟରଙ୍କୁ ବାଲଟ ପେପର ଦେବା ସମୟରେ ତାଙ୍କ ଚିହ୍ନକୁ ଲୁଚାଇ ଦେଇ ତଥା ସେହି ଭାଗକୁ ଭାଙ୍ଗ ପକାଇ ଭୋଟରଙ୍କୁ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ମତଦାନକୁ ଯାଉଥିବା ଭୋଟର ଏହି ଘଟଣା ସଂପର୍କରେ ପଦାରେ ଆସି କହିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଅଧିକାରୀଙ୍କ ସହ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ ସେଠାରେ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିଥିଲେ। ଉକ୍ତ ୭ନଂ ବୁଥରେ ପୁନଃ ମତଦାନ ପାଇଁ ସୁପ୍ରିୟା ତହସିଲଦାରଙ୍କ ମାଧ୍ୟମରେ ବ୍ଳକ ନିର୍ବାଚନ ଅଧିକାରୀଙ୍କୁ ଲିଖିତଭାବେ ଜଣାଇବା ସହ ଭୋଟ୍‍ଗଣତି ପୂର୍ବରୁ ଅନ୍ୟ ସମସ୍ତ ବୁଥରେ ବାଲାଟ ପେପର ପ୍ରଦାନର ସମାନ ଅବସ୍ଥା ସଂପର୍କରେ ତଦନ୍ତ କରିବାକୁ ଦାବୀ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories