www.samajalive.in
Saturday, December 6, 2025
14.1 C
Bhubaneswar

କାଲିମେଲା: ୨୩ ଗ୍ରାମପଞ୍ଚାୟତରେ ଚତୁର୍ଥ ପର୍ଯ୍ୟାୟ ମଦଦାନ ଶେଷ

ମାଲକାନଗିରି: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ମତଦାନ କାର୍ଯ୍ୟ ଶେଷ ହୋଇଛି । ବିଭିନ୍ନ ବୁଥରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ କାର୍ଯ୍ୟ ସମାପନ ହୋଇଥିବା ବେଳେ ନେତାଙ୍କ ଭାଗ୍ୟ ବାଲାଟ ବକ୍ସରେ ସିଲ୍ ହୋଇଛି । ଭୋଟରମାନେ ନିଜ ନିଜ ବୁଥକୁ ଯାଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରିଛନ୍ତି । ଭୋଟରମାନେ ଧାଡିରେ ଛିଡା ହୋଇ ମତଦାନ କରିଥିଲେ। ଜିଲ୍ଲା ପ୍ରଶାସନ ଓ କାଲିମେଲ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୂଚନା ଅନୁଯାୟୀ, କାଲିମେଳା ୩ଟି ଜିଲ୍ଲାପରିଷଦ ଅଧିନରେ ୨୩ଗୋଟି ପଞ୍ଚାୟତରେ ମୋଟ ୧୧ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ, ୮୮ ଜଣ ସରପଞ୍ଚ ପ୍ରାର୍ଥୀ, ୨୩ ଜଣ ସମିତିସଭ୍ୟ ଓ ୧୧୩ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ମୋଟ ୯୬, ୬୨୬ ଜଣ ମହିଳା ଓ ପୁରୁଷ ଭୋଟର ଏହି ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ୩୩୪ଟି ବୁଥ୍‌ କରାଯାଇଛି। ସେଥିମଧ୍ୟରୁ ୯୧ଟି ଉତେଜନା ପ୍ରବଣ ବୁଥ ରହିଥିବା ବେଳେ ୧୫ଟି ଅତିଉତ୍ତେଜନା ପ୍ରବଣ ବୁଥ ରହିଛି। ଏହି ବୁଥଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହ ପ୍ରତି ପଂଚାୟତରେ ଜଣେ ଲେଖାଏଁ ମୋଟ ୨୩ ଜଣ ସେକ୍ଟର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଭୋଟ ଗ୍ରହଣ ପାଇଁ ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୨ ଜଣ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ନିର୍ବାଚନ ସୁରୁଖୁରୁରେ ହେବା ପାଇଁ ପୁଲିସ ବିଭାଗ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିନ ଗୋଟାଏ ପରେ ଭୋଟ ବାକ୍ସ ସିଲ୍ ହୋଇଛି। ପ୍ରଶାସନ ପକ୍ଷରୁ ମହାବିଦ୍ୟାଳୟ ଷ୍ଟ୍ରଙ୍ଗ ରୁମରେ ଭୋଟ ବକ୍ସଗୁଡିକ ରଖାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories