BJD Bijuli 480×75 Mob

ରାଜନୀତି ମୈଦାନରେ ବର୍ଷା ପ୍ରିୟଦର୍ଶିନୀ !

BJD Bijuli 480×75 Mob

ଭୁବନେଶ୍ବର: ଅନୁଭବ ବନାମ ବର୍ଷା । ବିଜେଡି ପାଇଁ କିଏ ଅଧିକ ଗୁରୁତ୍ବ ? ସାଂସଦ ଅନୁଭବ ମହାନ୍ତି ନାଁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ? ରାଜନୈତିକ ମୈଦାନରେ କାହାର ପଲା ଭାରି ରହୁଛି ? ବର୍ଷାଙ୍କ ଉପରେ ଭରସା କରୁଛି କି ବିଜେଡି ? କାରଣ ଏମିତି ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଂସଦ ଅନୁଭବ ମହାନ୍ତି ବର୍ତ୍ତମାନ ଦଳୀୟ କାର୍ଯ୍ୟରେ ନଜର ଆସୁନଥିବା ବେଳେ ବିଜେଡି ବର୍ଷାଙ୍କୁ ଦଳ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛି । ନିକଟରେ ବର୍ଷା ଭଦ୍ରକରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ପୁଣି ବର୍ତ୍ତମାନ ଭଦ୍ରକର ହସ୍ନାବାଜ୍ ପଞ୍ଚାୟତରେ ବର୍ଷା ପ୍ରଚାର କରୁଥିବା ନଜର ଆସିଛନ୍ତି । ଲୋକଙ୍କୁ ନଜଆଡ଼କୁ ଆକୃଷ୍ଟ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବର୍ଷା । ଭୋଟ୍ ମାଗିବା ସମୟରେ ବର୍ଷା ଲୋକଙ୍କ ସହ ହାତ ମିଳାଉଥିବା ମଧ୍ୟ ଦେଖିବାକୁ ମିଳିଛି । ବାସ୍ତବରେ ବର୍ଷାଙ୍କ ଏମିତି ରାଲି କ’ଣ ବିଜେଡି ପାଇଁ ଖାଲି ପ୍ରଚାର ? ନା ରାଜନୀତିରେ ପଦଥାପିବାକୁ ପ୍ରୟାସ କରୁଛନ୍ତି ? ଅନ୍ୟପଟେ ଭୁବନେଶ୍ବର ମେୟର ପାଇଁ ମଧ୍ୟ ବର୍ଷାଙ୍କ ନାଁ ଚର୍ଚ୍ଚା ହେଉଛି । ଏହି ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

ସେପଟେ ଅନୁଭବକୁ ନେଇ ଦଳ ମଧ୍ୟରେ ସେମିତି କିଛି କ୍ରେଜ୍ ଦେଖିବାକୁ ମିଳୁନି । ନା ତାଙ୍କୁ ଦଳ କୌଣସି କାର୍ଯ୍ୟକ୍ରମରେ ସାମିଲ କରୁଛି । ନାଁ ପଞ୍ଚାୟତ ନିର୍ବାଚନ ପାଇଁ ତାଙ୍କର ଲୋଡ଼ାପଡ଼ୁଛି । ଦଳ ପାଇଁ ପ୍ରଚାରରେ ବି ସାମିଲ ହେଉନାହାନ୍ତି ଅନୁଭବ । ଯାହାକି ଦୁହିଁଙ୍କ ରାଜନୈତିକ କ୍ୟାରିୟକକୁ ନେଇ ବଡ଼ ପ୍ରଶ୍ଚବାଚୀ ସୃଷ୍ଟି କରିଛି ।

ଅନ୍ୟପଟେସାରା ରାଜ୍ୟରେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ତାତି ରାହିଛି  । ହେଲେ ଦେଖାନାହାନ୍ତି କେନ୍ଦ୍ରାପଡ଼ା ସାଂସଦ  । ସାଂସଦଙ୍କ ଫଟୋ ବି କୌଣସି ପୋଷ୍ଟର ବ୍ୟାନରରେ ଦେଖିବାକୁ ମିଳୁନି  । ସାଂସଦ ଅନୁଭବଙ୍କ ଉପସ୍ଥିତି ବି ଜାହିର କରୁନାହାନ୍ତି କେନ୍ଦ୍ରାପଡ଼ାବାସୀ  । ନିର୍ବାଚନ ପରେ ଅନୁଭବଙ୍କ ପାଦ କେନ୍ଦ୍ରାପଡ଼ାରେ ପଡ଼ିନାହିଁ ବୋଲି ଅଭିଯୋଗ ମଧ୍ୟ ହେଉଛି  । ଖାଲି ସେତିକି ନୁହେଁ ବର୍ତ୍ତମାନ ଅନୁଭବ ରାଜନୀତି ଅପେକ୍ଷା ପାରିବାରିକ ମାମଲାରେ ବୋଧହୁଏ ଅଧିକ ଛନ୍ଦି ହୋଇପଡ଼ିଛନ୍ତି  । କାରଣ ଦିନକୁ ଦିନ ପାରିବାରିକ ମାମଲାରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି  । ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ନେଇ ପାରିବାରିକ ମାମଲା ଭିନ୍ନ ମୋଡ ନେଉଛି  । ବର୍ଷାଙ୍କ ନାଁ ନନେଇ ଜାଗୃତି ଟ୍ୱିଟ୍‍ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ଏବଂ ବର୍ଷା ଘଟଣାକୁ ନେଇ ବାରମ୍ବାର ଥାନାରେ ଅଭିଯୋଗ କରିଚାଲିଛନ୍ତି  । ସେପଟେ ଅନୁଭବ ବଡ଼ ପରଦା ନୁହେଁ ଏଥର ଛୋଟପରଦାରେ ନଜର ଆସିଲେଣି  । ଦର୍ଶକଙ୍କ ମନ ଜିଣିବାକୁ ହୃଦୟରୁ ଦାଦାଗିରି କରୁଛନ୍ତି ସାଂସଦ  । ଏକ ଟେଲିଭିଜନରେ ପ୍ରସାରିତ ହେଉଥିବା ଦାଦାଗିରି ମଞ୍ଚରେ ଲୋକଙ୍କ ହୃଦୟ ଜିତିବାକୁ ବୋଧହୁଏ ଚେଷ୍ଟା କରୁଛନ୍ତି  । ବ୍ୟୁରୋ ରିପୋର୍ଟ.. ସମାଜ ଲାଇଭ୍‍

Comments are closed.