www.samajalive.in
Monday, December 8, 2025
27.1 C
Bhubaneswar

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରାତିରେ ବ୍ୟବହାର କରନ୍ତୁ ଏହି ମାସ୍କ

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଘରୋଇ ଉପାୟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ତ୍ୱଚା ପାଇଁ ମାସ୍କ। ତେବେ ଏହି ମାସ୍କକୁ ଆପଣ ରାତି ସମୟରେ ବ୍ୟବହାର କରିବା ଦ୍ୱାରା ଅଧିକ ଲାଭଦାୟକ ହୋଇଥାଏ। ଏହାକୁ ଆପଣ ଘରେ ପ୍ରସ୍ତୁତ କରି ପାରିବା ସହ ଏହା ତ୍ୱଚାର ଚମକ ବୃଦ୍ଧି କରିଥାଏ। ତ୍ୱଚା ମାସ୍କ ବ୍ୟବହାର ଦ୍ୱାରା ମୁହଁର ଧୂଳି,ଅପରିଷ୍କାର ଜିନିଷ ବାହାରିବାରେ ସାହାଯ୍ୟ ହୋଇଥାଏ। ଜାଣନ୍ତୁ କିଛି ଘରୋଇ ତ୍ୱଚା ମାସ୍କ ବିଷୟରେ….
ଗ୍ରୀନ ଟିରେ ଅଳ୍ପ ଆଳୁ ରସ ମିଶାଇ କିଛି ସମୟ ରଖି ଦିଅନ୍ତୁ। ଏହାକୁ ରାତି ସାରା ମୁହଁରେ ଲଗାଇ ରଖନ୍ତୁ। ସକାଳେ ମୁହଁ ଧୋଇ ଦିଅନ୍ତୁ।
୪ ରୁ ୫ଟି ବାଦାମକୁ ଭିଜାଇ ଏହାକୁ ପେଷି ଦିଅନ୍ତୁ। ଏବେ ଏଥିରେ କ୍ଷୀର ମିଶାଇ ଏହାକୁ ମୁହଁରେ ଲଗାଇ ରାତି ସାରା ରଖନ୍ତୁ। ସକାଳେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚା ଗୋରା ଓ ଉଜ୍ଜ୍ୱଳ ହୋଇଥାଏ।
ଟମାଟୋ ରସରେ ଅଳ୍ପ ମହୁ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ରାତିସାରା ରଖନ୍ତୁ। ସକାଳେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଖରାର ପ୍ରଭାବରେ ପଡୁଥିବା କଳାଦାଗ ଦୂର ହୋଇ ମୁହଁ ସୁନ୍ଦର ହୋଇଥାଏ।
ଲେମ୍ବୁ ରସରେ ଅଳ୍ପ ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ମଧ୍ୟ ମୁହଁ ସୁନ୍ଦର ହୋଇଥାଏ। ସପ୍ତାହକୁ ୨ ରୁ ୩ ଥର ଏହାକୁ ଲଗାନ୍ତୁ।
ହଳଦୀ ଓ କ୍ଷୀର ମିଶାଇ ଏହାକୁ ରାତିସାରା ମୁହଁରେ ଲଗାଇ ରଖନ୍ତୁ। ସକାଳେ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁର ବିଭିନ୍ନ ଦାଗ ଦୂର ହେବା ସହ ଚମକ ବୃଦ୍ଧି ପାଇଥାଏ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories