www.samajalive.in
Wednesday, December 10, 2025
18.1 C
Bhubaneswar

ମାଆ ସାମ୍ନାରେ ଭାଇକୁ ହତ୍ୟା କଲା ଭାଇ

ଗାଜିପୁର: ଉତ୍ତରପ୍ରଦେଶର ଗାଜିପୁର ଜିଲାର ମରଦହ ଥାନା ଅନ୍ତର୍ଗତ ଡୋଡସର ଗାଁରେ ବଡ଼ ଭାଇକୁ ପିଟି ପିଟି ହତ୍ୟା କରିଛି ସାନ ଭାଇ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ହତ୍ୟାକାରୀ ସାନ ଭାଇକୁ ଗିରଫ କରିଛି।

ସୂଚନା ମୁତାବକ, ନହ୍ନକୁ ଯାଦବଙ୍କ ୨୨ ବର୍ଷୀୟ ପୁଅ ଧର୍ମେନ୍ଦ୍ର ଯାଦବ ନିଶା ସେବନ କରନ୍ତି। ଅଧିକାଂଶ ସମୟରେ ଧର୍ମେନ୍ଦ୍ର ବାହାରେ ରହୁଥିଲେ। ସୋମବାର ସେ ଘରକୁ ଆସିବା ପରେ ତାଙ୍କ ମାଆ ବିମଳା ଦେବୀ ସାନପୁଅ ରାକେଶ ଯାଦବ ସହିତ ଘରର କିଛି ମରାମତି କାମ କରୁଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିମଳା ଦେବୀ ସାନ ପୁଅ ସହ ସେହି ଘରେ ରୁହନ୍ତି। ଏହି ସମୟରେ ଧର୍ମେନ୍ଦ୍ର ସେଠାରେ ପହଞ୍ଚିଥିଲେ ଓ ଘର ମରାମତି କଥାକୁ ନେଇ ମାଆ ଓ ସାନ ଭାଇ ସହ ଝଗଡ଼ା କରିଥିଲେ। ଦେଖୁ ଦେଖୁ ଝଗଡ଼ା ମାଡ଼ଗୋଳରେ ପରିଣତ ହୋଇଗଲା। ରାକେଶ ଏକ ଲୁହା ଦଣ୍ଡରେ ଧର୍ମେନ୍ଦ୍ରଙ୍କୁ ଆକ୍ରମଣ କରିଥିଲା। ଫଳରେ ଧର୍ମେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ସେ ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ। ପାଟିତୁଣ୍ଡ ଶୁଣି ପଡ଼ୋଶୀ ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ଧର୍ମେନ୍ଦ୍ରଙ୍କୁ ଡାକ୍ତରଖାନା ନେଇଥିଲେ। ମାତ୍ର ରାସ୍ତାରେ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଆର ଅଭିଯୋଗ ଆଧାରରେ ବଡ଼ ପୁଅର ହତ୍ୟା ଅଭିଯୋଗରେ ସାନ ପୁଅକୁ ଗିରଫ କରିଛି।

- Advertisement -

 

 

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories