www.samajalive.in
Sunday, December 14, 2025
23.1 C
Bhubaneswar

ବିଜେଡିି ପ୍ରାର୍ଥୀନୀ ଶାନ୍ତିଲତାଙ୍କ ପାଇଁ ଆଦିତ୍ୟଙ୍କ ପ୍ରଚାର

ଆଠଗଡ଼: ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁଅ ତଥା ବିଜେଡି ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ (ଆକାଶ) ଶନିବାର ୧ନଂ ଜୋନ ଜିଲ୍ଲାପରିଷଦ ଆସନରେ ଲଢୁଥିବା ବିଜେଡି ପ୍ରାର୍ଥୀନୀ ଶାନ୍ତିଲତା ବେହେରାଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି। ଏକ ଖୋଲା ଜିପରେ ପ୍ରାର୍ଥୀନୀଙ୍କ ସହ ଆକାଶ ଦଳୀୟ କର୍ମୀଙ୍କ ବାଇକ୍‍ ଶୋଭାଯାତ୍ରାରେ ବଡଭୂଇଁ, ଜେନାପଦା, ଖୁଣ୍ଟକଟା, ଇଚ୍ଛାପୁର ଓ ସମସରପୁର ପଞ୍ଚାୟତରେ ପ୍ରଚାର କରିଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ରାଜ୍ୟର ଗରିବଗୁରୁବାଙ୍କ ଉନ୍ନତି ପାଇଁ ବହୁ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରି ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି। ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ନବୀନ ସରକାର ପ୍ରତିବଦ୍ଧ ଥିବାରୁ ତାଙ୍କ ହାତମୁଠାକୁ ଟାଣ କରିବା ଲାଗି ଏହି ପଞ୍ଚାୟତ ନିର୍ବାନଚନରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଆଦିତ୍ୟ ଭୋଟରଙ୍କୁ ନିବେଦନ କରିଥିଲେ।

ଏହି ଶୋଭାଯାତ୍ରାରେ ତାଙ୍କ ସହିତ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତ, କଟକ ଜିଲ୍ଲା ବିଜେଡି ଉପସଭାପତି ନୃସିଂହ ଚରଣ ମହାପାତ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡ଼ା, ଆଠଗଡ଼ର ପୂର୍ବତନ ନଗରପାଳ ସୁବର୍ଣ୍ଣମଞ୍ଜରୀ ଭଞ୍ଜ, ସମବାୟ ନେତା ଲଳିତେନ୍ଦୁ ସେନାପତି, ଯୁବନେତା ଲକ୍ଷ୍ମୀନାରାୟଣ ଭଞ୍ଜ ଓ ପଞ୍ଚାୟତସ୍ତରୀୟ ବହୁ ଛାମୁଁଆ ନେତା ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହିସବୁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ମହିଳାମାନେ ଆଦିତ୍ୟ ଓ ପ୍ରାର୍ଥୀ ଶାନ୍ତିଲତାଙ୍କୁ ଉତ୍ସସିତ ସ୍ୱାଗତ କରିଥିବା ଦେଖାଯାଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories