www.samajalive.in
Wednesday, December 10, 2025
26.1 C
Bhubaneswar

ମିଳୁନି ମୌଳିକ ସୁବିଧା: କଣ୍ଡରା, କାଚପାଜୁ ଗାଁ ଲୋକଙ୍କ ଭୋଟବର୍ଜନ ନିଷ୍ପତ୍ତି

ହରଭଙ୍ଗା:-ଆସନ୍ତାକାଲି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହରଭଙ୍ଗା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ମତଦାନ ପାଇଁ ସବୁଠି ପୁଲିଂ ଟିମ୍ ପହଞ୍ଚି ସାରିଛନ୍ତି। ଏଭଳି ଭିତରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତର ୧୩ନଂ ଓାର୍ଡର ଦୁର୍ଗମ ଗାଁ ଭାବେ ଜଣାଶୁଣା କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି ଗାଁ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ସେମାନଙ୍କୁ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ କରି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚରମ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।

ସୂଚନା ଥାଉ କି ସ୍ୱାଧିନତାର ବହୁ ବର୍ଷପରେ ବି ଅନ୍ଧାରୀମୂଲକ କଣ୍ଡରା ଓ କାଚପାଜୁ ଭଳି ୪ଟି ଗାଁ ଲୋକଙ୍କ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଫଳରେ ଏଠାକାର ଅଧିବାସୀ ଦୀର୍ଘ ୧୦ କିମି ପାହାଡିଆ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଭତ୍ତା ଓ ଚାଉଳ ବହୁ କଷ୍ଟରେ ସଂଗ୍ରହ କରିଥାନ୍ତି। ସବୁଦିନିଆ ରାସ୍ତା ଖଣ୍ଡିଏ ପାଇଁ ବହୁବାର ଦାବିପରେ ବି ଗ୍ରାମବାସୀଙ୍କ କଥାକୁ ନେତା ଏବଂ ପ୍ରଶାସନ କର୍ଣ୍ଣପାତ କରୁନାହିଁନ୍ତି। ଶେଷରେ ମୌଳିକ ସୁବିଧା ପାଇଁ ସେମାନେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ୪ ଗ୍ରାମର ୩ଶହରୁ ଅଧିକ ଭୋଟର ନିଷ୍ପତ୍ତ ଗ୍ରହଣ କରିଥିବା ସୂଚନା ମିଳିଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories