www.samajalive.in
Wednesday, December 10, 2025
23.1 C
Bhubaneswar

ୟୁଜିସି ନେଟ ପରୀକ୍ଷାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗର ସଫଳତା

କଟକ: ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ଏବଂ ଜୁନିଅର ରିସର୍ଚ୍ଚ ଫେଲୋ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ୧୯ ଜଣ ପ୍ରତ୍ୟାଶୀ ଜାତୀୟ ଯୋଗ୍ୟତା ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ବେଳେ ୮ ଜଣ ଜୁନିଅର ରିସର୍ଚ୍ଚ ଫେଲୋ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୨୦୨୦ରେ ୩୩ ଜଣ ଏଥିରେ ସଫଳତା ଅର୍ଜନ କରିଥିବା ବେଳେ ୨୦୧୫ରୁ ଏପର୍ଯ୍ୟନ୍ତ ନେଟ ଓ ଜେଆରଏଫ ପାଇଥିବା ପ୍ରତ୍ୟାଶୀଙ୍କ ସଂଖ୍ୟା ୧୩୪ରେ ପହଂଚିଛି।

ବିଭାଗର ପ୍ରାଧ୍ୟାପକ ଏବଂ ବିଦ୍ୟାର୍ଥିମାନଙ୍କ ନିରନ୍ତର ପ୍ରୟାସ ଯୋଗୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରୁଥିବା ଜଣାପଡିଛି। ସୂଚନା ଅନୁଯାୟୀ, ୨୦୧୬ରୁ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗକୁ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାର୍ଥୀଙ୍କ ନେଟ ପରୀକ୍ଷା ତାଲିମ ପାଇଁ ମିଳିଥିବା ସ୍ୱଳ୍ପ ଅର୍ଥରେ କିଛିଦିନ ପାଇଁ ସ୍ୱତନ୍ତ୍ର ଶିକ୍ଷାଦାନ ଚାଲିବା ସମ୍ଭବ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏଥିପାଇଁ କୌଣସି ଅର୍ଥ ମିଳିନାହିଁ। ବିଭାଗୀୟ ପ୍ରାଧ୍ୟାପକ ଓ ସ୍ନାତୋକୋତ୍ତର ବିଦ୍ୟାର୍ଥୀଙ୍କ ପ୍ରଚେଷ୍ଟା ଯୋଗୁ ଏହି ସଫଳତା ମିଳିପାରିଥିବା ପ୍ରାଧ୍ୟାପକ ଡଃ ବିକଳି ଚରଣ ଦାସ କହିଛନ୍ତି। ତେବେ ସମ୍ପୃକ୍ତ ବିଭାଗର ପୂର୍ବଭଳି ସ୍ୱତନ୍ତ୍ର ଶିକ୍ଷାଦାନ ବ୍ୟବସ୍ଥା ହୋଇପାରିଲେ ଆଗାମୀ ଦିନରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିବାରେ ସହାୟକ ହେବ ବୋଲି ପ୍ରାଧ୍ୟାପକ ଓ ବିଦ୍ୟାର୍ଥିମାନେ କହିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories