www.samajalive.in
Wednesday, December 10, 2025
23.1 C
Bhubaneswar

ମିଳିଲା ଆଜ୍ଞାମାଳ, ଆୟରଲ୍ୟାଣ୍ଡରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ଭୁବନେଶ୍ୱର:ଆୟରଲ୍ୟାଣ୍ଡର ଡନ୍‌ଡଲକ ଠାରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ହେବ। ଏଥିପାଇଁ ଶ୍ରୀଜଗନ୍ନାଥ ଚେତନା ଆୟରଲ୍ୟାଣ୍ଡର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡ଼ା. ଦିଲ୍ଲୀପ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଭୁବନେଶ୍ୱର ରେଡ଼୍ ସ୍ୱସ୍ତିକ୍ କାର୍ୟ୍ୟାଳୟ ଓଡ଼ିଶା ଶାଖାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିରରେ ରୀତିନୀତି ପୂଜା ଅର୍ଚ୍ଚନା ସହ ଆଜ୍ଞାମାଳ ପ୍ରଦାନ କରାଯାଇଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଗୋଛିକାର ସେବକ ପୂର୍ଣ୍ଣଚନ୍ଦ୍ର ଗୋଛିକାର ଡ଼ା. ମହାପାତ୍ରଙ୍କୁ ସ୍ୱାଗତ ଜଣାଇବା ସହିତ ମହାପ୍ରଭୁଙ୍କ ଖଣ୍ଡୁଆ, ମନ୍ଦିର ନିର୍ମାଣ ନିମନ୍ତେ ମାଳ, ପ୍ରସାଦ ଡ଼ା. ମହାପାତ୍ରଙ୍କୁ ପ୍ରଦାନ କରିଅଛନ୍ତି।
ଶ୍ରୀଜଗନ୍ନାଥ ଚେତନା ଆୟରଲ୍ୟାଣ୍ଡର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଦିଲ୍ଲୀପ ନାରାୟଣ ମହାପାତ୍ର ନିଜସ୍ୱ ୨୦ ଏକର ଜମି ମନ୍ଦିର ଟ୍ରଷ୍ଟକୁ ଦାନ କରିଅଛନ୍ତି। ମନ୍ଦିର ନିର୍ମାଣ ନିମନ୍ତେ ପ୍ରାୟ ୫ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ ସହ ଓଡ଼ିଶାର ଶିଳ୍ପୀମାନେ ଉକ୍ତ ନିର୍ମାଣ କରିବେ ବୋଲି ନିଷ୍ପତ୍ତି କରାଯାଇଛି । ଉକ୍ତ କମିଟିରେ ମ୍ୟାନେଜିଂ ଟ୍ରଷ୍ଟି ତଥା ସଭାପତି ଡ଼ା. ଦିଲ୍ଲୀପ ନାରାୟଣ ମହାପାତ୍ର, ଉପସଭାପତି ଡ଼ା. କରୁଣାକର ପ୍ରଧାନ, ସାଧାରଣ ସଂପାଦକ ଶ୍ରୀସମରେନ୍ଦ୍ର ଦାସ, ସହ ସଂପାଦକ ଶ୍ରୀ ଉମାକାନ୍ତ ଜେନା, କୋଷାଧ୍ୟକ୍ଷ ସୁଶ୍ରୀ ସବିତା ମାଇତି, ସହ କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସାଂସ୍କୃତିକ ବିଭାଗ ଚିନ୍ତାମଣି ଦାସ, ପରିଯୋଜନା ବିଭାଗ ବିଭାଗ ଶ୍ରୀମନୋଜ ପାଣିଗ୍ରାହୀ, ସମନ୍ୱୟ ଶ୍ରୀ ସୁବ୍ରତ ପାଣଗ୍ରାହୀ, ଅନୁଷ୍ଠାନର ପିଆରଓ ରାଜୀବ ନୟନ ରଥଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଅଛି।

ଡ଼ା. ମହାପାତ୍ର ଖଣ୍ଡଗିରି ଓ ଡୁମୁଡୁମା ସ୍ଥିତ ଅନାଥାଶ୍ରମ ଭ୍ରମଣ କରି ଏଥି ନିମନ୍ତେ କିଛି କାର୍ୟ୍ୟକରିବା ନିମନ୍ତେ ଟ୍ରଷ୍ଟର କାର୍ୟ୍ୟକର୍ତ୍ତାମାନଙ୍କୁ କହିଥିଲେ। ପ୍ରଫେସର ଦିଲ୍ଲୀପ ନାରାୟଣ ମହାପାତ୍ର ଓ ସମରେନ୍ଦ୍ର ଦାସ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ମନ୍ଦିର ଓ ଆଧ୍ୟାତ୍ମିକ ସଂଗଠନ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀର ଆୟାରଲ୍ୟାଣ୍ଡରୁ ପ୍ରତିନିଧିତ୍ୱ କରିବା ପାଇଁ ପେଟ୍ରୋନ୍ ମେମ୍ବର ଗ୍ରହଣ କରିଅଛନ୍ତି। ଆଗାମୀ ଦିନରେ ବିଭିନ୍ନ ସେବାକାର୍ଯ୍ୟ, ଆଧ୍ୟାତ୍ମିକ କାର୍ୟ୍ୟକ୍ରମ କରାଯିବାର ଯୋଜନା ଅଛି ବୋଲି ଅନୁଷ୍ଠାନର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories