www.samajalive.in
Tuesday, December 9, 2025
23.1 C
Bhubaneswar

ଓଡ଼ିଶା ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି:ମୁଖ୍ୟମନ୍ତ୍ରୀ

-‘କୃଷି କର୍ମଣ’ ପୁରସ୍କାର ରାଶିରେ ‘କୃଷି ଭବନ’ ନିର୍ମିତ
-ସ୍ଥାନାନ୍ତର ହେବ ୩ ନିର୍ଦେଶାଳୟ
-ଜଳସେଚନ ପାଇଁ ଖର୍ଚ୍ଚ ହେବ ୭୫କୋଟି

ଭୁବନେଶ୍ୱର : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏହି ରାଜ୍ୟର ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ସଦାସର୍ବଦା ସଂକଳ୍ପବଦ୍ଧ। ଚାଷୀଙ୍କୁ ସବୁ କ୍ଷେତ୍ରରେ ପ୍ରୋତ୍ସାହନ ଦେଇ ସେମାନଙ୍କ ଅର୍ଥନୀତି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। ଏକ ଉତ୍କର୍ଷ କୃଷି ପଦ୍ଧତିର ବିକାଶ ନିମନ୍ତେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ କୃଷକଙ୍କ ପାଇଁ ଏକ ଚଳଚଞ୍ଚଳ କେନ୍ଦ୍ର ‘କୃଷି ଭବନ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।
‘କୃଷି ଭବନ’ ଲୋକାର୍ପଣ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ଖାଦ୍ୟ ନିରାପତ୍ତା ପାଇଁ ପଞ୍ଜାବ ଓ ହରିଆନାରୁ ଟ୍ରେନ୍‍ ରାକ୍‍ ଜରିଆରେ ଓଡ଼ିଶାକୁ ଖାଦ୍ୟଶସ୍ୟ ଆସୁଥିଲା। ଆଜି କିନ୍ତୁ ବହୁତ ପରିବର୍ତ୍ତନ ହୋଇଛି। ଆମ ଚାଷୀ ଭାଇଙ୍କ ପରିଶ୍ରମ ରାଜ୍ୟ ପାଇଁ ସୁନାମ ଆଣିଛି। ଆମେ ଚାରିଥର କୃଷି କର୍ମଣ ପୁରସ୍କାର ପାଇଛୁ। ଓଡ଼ିଶା ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି। ୨୦୧୧ରେ ଓଡ଼ିଶା ପ୍ରଥମ ଥର ପାଇଁ କୃଷିକର୍ମଣ ପୁରସ୍କାର ପାଇଥିଲା। କୃଷି ମନ୍ତ୍ରୀ ଓ ସଚିବ ମୋତେ ସଚିବାଳୟରେ ଭେଟିଥିଲେ। ଓଡ଼ିଶା ପାଇଥିବା ପୁରସ୍କାର ମୋତେ ପ୍ରଦାନ କରିଥିଲେ। ସେତେବେଳେ ପୁରସ୍କାର ଟଙ୍କା ଥିଲା ଦୁଇକୋଟି। ସେହିଦିନ ହିଁ ମୁଁ ନିଷ୍ପତ୍ତି ନେଇଥିଲି ଏ ପୁରସ୍କାର ଟଙ୍କା ଚାଷୀମାନଙ୍କ ପାଇଁ ଖର୍ଚ୍ଚ ହେବ। ଆମ ଚାଷୀ ଭାଇମାନେ ଚାରି ଚାରି ଥର ଆମ ପାଇଁ ପୁରସ୍କାର ଆଣିଛନ୍ତି। ପୁରସ୍କାର ଟଙ୍କା ବାବଦରେ ଆମେ ୧୭କୋଟି ଟଙ୍କା ପାଇଛୁ। ଏହି ସବୁ ଟଙ୍କା କୃଷି ଭବନରେ ବିନିଯୋଗ କରାଯାଇଛି। ଏ ଭବନର ଗୋଟିଏ ଗୋଟିଏ ଇଟା ଆମ ଚାଷୀ ଭାଇମାନଙ୍କର ସଫଳତାର କଥା କହୁଛି। ‘କୃଷି ଭବନ’ ଆମ ଚାଷୀ ଭାଇଭଉଣୀଙ୍କ ନିଜ ଭବନ। ଗୋଟିଏ ଛାତ ତଳେ ଏହି ଭବନରୁ ଚାଷୀମାନେ ସବୁ ସେବା ପାଇପାରିବେ। ଚାଷୀର କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ରାଜ୍ୟରେ ୧୬ଲକ୍ଷ ୧୦ହଜାର ହେକ୍ଟର ଜଳସେଚନ ବ୍ୟବସ୍ଥା କରାଯାଇପାରିଚି। ୨୦୧୪ରେ ୧୦ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରାଯିବ ବୋଲି ଘୋଷଣା କରାଯାଇଥିଲା ଏବଂ ଆଜି ସୁଦ୍ଧା ୭ଲକ୍ଷ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ହୋଇଛି। ଜଳସେଚନ ପାଇଁ ୭୫କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ରହିଛି।
କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ଯେ କୃଷି, ମୃତ୍ତିକା ସଂରକ୍ଷଣ ଏବଂ ଉଦ୍ୟାନ କୃଷି ନିର୍ଦେଶାଳୟ ‘କୃଷି ଭବନ’ରେ କାର୍ଯ୍ୟ କରିବ। ଏଠାକୁ ଏସବୁ ବିଭାଗ ଦେଢ଼ ମାସ ମଧ୍ୟରେ ସ୍ଥାନାନ୍ତରିତ ହେବ। ଚାଷ ଓ ଚାଷୀଙ୍କ ପାଇଁ ଏହି ଭବନକୁ ସମର୍ପିତ କରାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ କୃଷି ସଚିବ ସୌରଭ ଗର୍ଗ ମଞ୍ଚାସୀନ ଥିଲେ।
ଷ୍ଟୁଡିଓ ଲୋଟସ୍‍ ଲୋହା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମ୍ରିଶ ଆରୋରା ସ୍ୱାଗତ ଭାଷଣ ଦେଇଥିବାବେଳେ କୃଷି ନିର୍ଦେଶକ ଏମ୍‍.ମୁଥୁକୁମାର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ କୃଷି ପ୍ରଦର୍ଶନୀ ଏବଂ କୃଷି ହାଟ ଉଦ୍‍ଘାଟିତ ହୋଇଥିଲା। ଦେଶୀୟ କପଡ଼ାରେ ‘ଇକତ୍‍’ ଢାଞ୍ଚାରେ କୃଷି ଭବନ ନିର୍ମିତ ହୋଇଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories