www.samajalive.in
Friday, December 12, 2025
14.1 C
Bhubaneswar

ବୁଥ୍ ଜବରଦଖଲ ସହ ମାଡ଼ ପ୍ରତିବାଦରେ ଚଣ୍ଡିଖୋଲ-ପାରାଦ୍ବୀପ ଜାତୀୟ ରାଜପଥ ଅବରୋଧ

ବାଲିଚନ୍ଦ୍ରପୁର: ଯାଜପୁର ଜିଲା ବଡ଼ଚଣା ବ୍ଲକ ନଳୀପୁର ପଞ୍ଚାୟତରେ ବୁଥ୍ ଜବରଦଖଲ ସହ ଜଣକୁ ଅତି ଅମାନୁଷିକ ଭାବେ ମାଡ଼ ମାରିବା ପ୍ରତିବାଦରେ ଉତ୍ୟକ୍ତ ଲୋକେ ଚଣ୍ଡିଖୋଲ-ପାରାଦ୍ବୀପ ୫୩ନଂ ଜାତୀୟ ରାଜପଥର ନଳୀପୁର ଛକ ଠାରେ ତିନି ଘଣ୍ଟା ଧରି ଅବରୋଧ କରି ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରିବା ସହ ଜବରଦଖଲ ହୋଇଥିବା ବୁଥରେ ପୁନଃ ମତଦାନ ଦାବି କରିଥିଲେ। ରାଜପଥ ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଗାଡି ଅଟକି ରହିଥିଲା। ଜାତୀୟ ରାଜପଥ ଅବରୋଧ ଖବର ପାଇ ଯାଜପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ, ଡ଼ିଏସପି ସଂଗ୍ରାମ ଟୁଡୁ, ଏସଡିପିଓ ଚିନ୍ମୟ ନାୟକଙ୍କ ସମେତ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ, ଧର୍ମଶାଳା ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ, ବରୀ ଥାନାଧିକାରୀ କାବୁଲି ବାରିକ ଓ ବାଲିଚନ୍ଦ୍ରପୁର ଥାନାଧିକାରୀ ରମାକାନ୍ତ ମୁଦୁଲି ପ୍ରମୁଖ ଅବରୋଧ ସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାସୁଝା କରି ଥିଲେ ବି ସେମାନେ ଅବରୋଧରୁ ଉଠି ନଥିଲେ।

ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରିବା ସହ ପ୍ରିଜାଇଡ଼ିଂ ଅଫିସର ଯଦି ବୁଥ୍ ଜବର ଦଖଲ ନେଇ ରିପୋର୍ଟ ଦେବେ ଉକ୍ତ ବୁଥରେ ପୁନଃ ମତଦାନ ନେଇ ନିଷ୍ପତି ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ଓ ଏସଡ଼ିପିଓ ପ୍ରତିଶୃତି ଦେବାପରେ ଅବରୋଧକାରୀମାନେ ଅବରୋଧରୁ ଉଠିଥିଲେ।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ନଳୀପୁର ପଞ୍ଚାୟତର ୨ ନମ୍ବର ବୁଥରେ ଜବର ଦଖଲ ହେଉଥିବା ଖବର ପାଇ ସରପଞ୍ଚ ପ୍ରାର୍ଥୀ ସେକ ଅବଦୁଲ ଗନିଙ୍କ ଜଣେ ସମର୍ଥକ ସେକ ଫଜୁଲ ହକ (୨୭) ନଳୀପୁର ନୋଡାଲ ବିଦ୍ୟାଳୟରେ ହେଉଥିବା ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇଥିଲେ। ସେଠାରେ ବୁଥ୍ ଜବର ଦଖଲ ହେଉଥିବା ଦେଖିବା ସହ ଅନ୍ୟମାନଙ୍କୁ ଜଣାଇ ଥିଲେ। ଏହା ଦେଖି ସେଠାରେ ଥିବା ଅନ୍ୟ ଏକ ଦଳର ସରପଞ୍ଚ ପ୍ରାର୍ଥୀ ରଶ୍ମି ରଞ୍ଜନ ବଳ, ମିହିର ବଳ, ମନ୍ମଥ କେଶରୀ ସାହେବରାୟ ଓ ଜ୍ୟୋତି ରଞ୍ଜନ ବଳ ପ୍ରମୁଖ ସେକ ଫର୍ଜୁଲଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦରେ ସରପଞ୍ଚ ପ୍ରାର୍ଥୀ ସେକ ଅବଦୁଲ ଗନିଙ୍କ ଶତାଧିକ ସମର୍ଥକ ଏକଜୁଟ ହୋଇ ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ଅବରୋଧ ସମୟରେ ଧାରଣାକାରୀମାନେ ଟାୟାର ଜାଳିବା ସହ ଆକ୍ରମଣକାରୀର ଫଟୋଚିତ୍ରକୁ ପୋଡି ପ୍ରତିବାଦ କରିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହିତ ଦୁଇ ନମ୍ବର ବୁଥରେ ପୁନଃ ମତଦାନ ପାଇଁ ସେମାନେ ଧାରଣାରେ ବସିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories