www.samajalive.in
Friday, December 12, 2025
14.1 C
Bhubaneswar

ଭୂମିହୀନଙ୍କୁ ଆବାସ ସ୍ୱପ୍ନ, ଘୁଷୁରି ଗୁହାଳରେ ଜୀବନ ଜିଉଁଛି ମଣିଷ

ବଲାଙ୍ଗିର: ବେଲପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ। ଶହେ ମିଟର ଦୂରରେ ଶିବନଗର ପଡ଼ା। ଏହି ପଡ଼ାରେ ରହୁଛନ୍ତି ପ୍ରାୟ ୫୦ଟି ପରିବାର। ସେମାନଙ୍କ ନିଜସ୍ୱ ଘର ନାହିଁ। ଘୁଷୁରି ପାଳନ ପାଇଁ ଦିଆଯାଇଥିବା ସରକାରୀ ଅର୍ଥରେ ନିର୍ମାଣ କରିଥିବା ଗୁହାଳ ଘରେ ସେମାନେ ଜୀବନ ଜିଉଁଛନ୍ତି। ସେମାନେ ସରପଞ୍ଚ, ପଞ୍ଚାୟତ ସମିତି କର୍ତୃପକ୍ଷଙ୍କୁ ତାଙ୍କ ସମସ୍ୟା ସଂପର୍କରେ ଅନେକ ଥର କହିଛନ୍ତି। ସରକାରୀ ଯୋଜନାରେ ଆବାସ ନହେଲେ ବିଜୁ ପକ୍କା ଘର ଖଣ୍ଟିଏ ଦେବାକୁ ଅନୁରୋଧ କରିଥିଲେ ବି କେହି ଶୁଣୁ ନାହାନ୍ତି ସେମାନଙ୍କ କଥା ବୋଲି କ୍ଷୋଭର ସହ କହନ୍ତି ପଡ଼ାବାସୀ।

ଶିବନଗର ପଡ଼ାର ସରିତା ସାଗର। ୨୦୧୮-୧୯ ମସିହାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ବେଲପଡ଼ା ପଞ୍ଚାୟତ ସମିତି ଜରିଆରେ ଘୁଷୁରି ଗୁହାଳ ନିର୍ମାଣ ପାଇଁ ୬୯ହଜାର ଟଙ୍କା ମିଳିଥିଲା। ସେମାନେ ଭୂମିହୀନ। ପଡ଼ାରେ ଦୀର୍ଘ ଦିନରୁ ରହୁଥିବା ବେଳେ ଘୁଷୁରି ଗୁହାଳ ନିର୍ମାଣ କରି ସେଥିରେ ରହୁଛନ୍ତି। ଅନେକଙ୍କ ଘରର ଚାଳ ଛପର ଉପରେ ପଡ଼ିଛି ପଲିଥିନ୍‍। ବହୁତ ଦୁଃଖ କଷ୍ଟରେ ସେମାନେ ଜୀବନ ଜିଉଁଛନ୍ତି କହନ୍ତି ସରିତା। କେବଳ ସରିତା ନୁହନ୍ତି, ଭାଗ୍ୟଶ୍ରୀ କୁମ୍ଭାର, ସ୍ୱପ୍ନା ଡୁମୁରି, ରାତ୍ରିକା ଛେନ୍ଦ୍ରିଆ, ସମାରି ଛେନ୍ଦ୍ରିଆ, ବିଳାସିନୀ ଡୁଙ୍ଗୁରୀ, ପାର୍ବତୀ ସୁନାଙ୍କ ଭଳି ଅନେକ ଲୋକ ଏଭଳି ଘରେ ରହୁଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ବିଜୁ ପକ୍କା ଘର ଓ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରୁଛନ୍ତି। ଭୂମିହୀନଙ୍କୁ ଜମି ଦେଇ ଘର ନିର୍ମାଣ ପାଇଁ ସହାୟତା ଅର୍ଥ ବି ଯୋଗାଉଛନ୍ତି। କିନ୍ତୁ ଶିବନଗର ପଡ଼ାବାସୀଙ୍କ ପାଇଁ ଏହା ସାତ ସପନ ପାଲଟିଛି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ପଡ଼ାବାସୀ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories