ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମଶାସନ ପାଲା ମଣ୍ଡପରେ ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ତଥା ସମାଜ ସେବୀ ପ୍ରହଲ୍ଲାଦ ଦାଶଙ୍କ ଏକାଦଶାହ ସ୍ମୃତିସଭାରେ ସ୍ମରଣିକାକୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଉନ୍ମୋଚନ କରିବା ସହ ସ୍ବର୍ଗତ ପ୍ରହ୍ଲାଦଙ୍କ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଆୟୋଜିତ ସଭାରେ ସାମାଜିକ କର୍ମୀ ଅଜିତକୁମାର ଦାଶ ସଂଯୋଜନା କରିଥିବା ବେଳେ ପାଟଣା ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷ ବିଦ୍ୟାଧର ଦାଶ ଅଧକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଚତୁର୍ଭୁଜ ହୋତା, କବି କୁମୁଦିନି ମିଶ୍ର, ଓଡ଼ିଶାର ବିଶିଷ୍ଟ ପାଲା ଗାୟକ ରଜନୀ କାନ୍ତ ପୃଷ୍ଟି ବଳଭଦ୍ର କର, ଅବସର ପ୍ରାପ୍ତ ଶିକ୍ଷକ ପଞ୍ଚାନନ ଦାଶ, ଡ଼.ସତ୍ୟଜିତ ଦାଶ, ଜଗଦୀଶ ମିଶ୍ର, ସ୍ମରଣିକା ସମ୍ପାଦିକା ଶ୍ରଦ୍ଧାଞ୍ଜଳି ଦାଶ, ପ୍ରହ୍ଲାଦଙ୍କ ବଡ଼ପୁଅ ମନୋଜ, ବିଜନ, ରାଜନ, ଅନୁପ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



