www.samajalive.in
Sunday, December 7, 2025
23.1 C
Bhubaneswar

କୁକୁର ସାହାସ ଦେଖି ହାର ମାନିଲା ବାଘ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ବେଶ ଭାଇରାଲ ହୋଇଥାଏ। ଅନେକ ସମୟରେ ମଜା ମଧ୍ୟ ଲାଗିଥାଏ। ଜୀବଜନ୍ତୁ ମାନେ ଲଢେଇ କରୁଥିବା ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି, ପର୍ଯ୍ୟଟକଙ୍କ ସମ୍ମୁଖରେ ରାସ୍ତାରେ ଏକ ଚିତାବାଘ ଓ କୁକୁର ମଧ୍ୟରେ ଲଢେଇ। ଭିଡିଓରେ ଦେଖାଯାଉଛି, ରାସ୍ତାରେ ଶୋଇଥିବା ଏକ କୁୁକୁର ଉପରେ ହଠାତ ଏକ ଚିତାବାଘ ଆସି ଆକ୍ରମଣ କରୁଛି। ମାତ୍ର ବାଘକୁ ଏହା ଭାରି ପଡିଛି। କୁକୁରଟି ହାର ନମାନି ଖୁବ ସାହସର ସହ ସାମ୍ନାସାମ୍ନି କରିଛି। ବାଘ ଆକ୍ରମଣ କରିବା ମାତ୍ରେ କୁକୁର ଜୋରରେ ଭୁକିବାକୁ ଆରମ୍ଭ କରିଛି। ବାଘଟି କିଛି ଉପାୟ ନପାଇ ସେଠାରେ ଠିଆ ହେବା ପରେ ଜଙ୍ଗଲ ଭିତରକୁ ପଳାଇ ଯାଇଛି।
ଏହି ଭିଡିଓଟି ଭାରତୀୟ ପ୍ରଶାସନିକ ଅଧିକାରୀ ଅବନୀଶ ଶରନ ନିଜ ଟ୍ୱିଟରରେ ସେୟାର କରିଛନ୍ତି। ସେ ମଧ୍ୟ ଲେଖିଛନ୍ତି, ପରିସ୍ଥିତି ଯେପରି ହୋଇଥାଉ, ଆତ୍ମବିଶ୍ୱାସ ରଖନ୍ତୁ। ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡି ନାହିଁ। ମାତ୍ର ଏହା ଏକ ଜଙ୍ଗଲ ରାସ୍ତାର। ରାସ୍ତାରେ କିଛି ପର୍ଯ୍ୟଟକ ଜିପରେ ଥିବା ଦେଖାଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories