www.samajalive.in
Saturday, December 13, 2025
18.1 C
Bhubaneswar

କରାଗ୍ରେ ବସତେ ଲକ୍ଷ୍ମୀ ; କରମଧ୍ୟେ ସରସ୍ୱତୀ

ସକାଳେ ବିଛଣା ତ୍ୟାଗ କରିବା ପରେ ସଭିଏଁ ନିଜ ହସ୍ତର ପାପୁଲିକୁ ଦର୍ଶନ କରିବାର ମାନ୍ୟତା ରହିଛି। ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ସାରା ଦିନ ଭଲରେ ବିତିଥାଏ ବୋଲି କୁହାଯାଏ। କାର୍ଯ୍ୟରେ ସଫଳତା ପାଇଁ ମଧ୍ୟ ହସ୍ତର ପାପୁଲିକୁ ଦର୍ଶନ କରାଯାଏ। ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି, ସକାଳେ ଉଠିବା ମାତ୍ରେ ପ୍ରଥମେ ପାପୁଲି ଦର୍ଶନ କରି ମୁହଁରେ ଲଗାଇ ନମସ୍କାର କରିବା ଉଚିତ। ତେବେ ଜାଣନ୍ତୁ ପାପୁଲି ଦର୍ଶନ କରିବାର ଲାଭ ଓ କାରଣ।
ସକାଳେ ନିଦ ଭାଙ୍ଗିବା ପରେ ପାପୁଲି ଦର୍ଶନ କରିବା ଫଳରେ ବ୍ୟକ୍ତିଙ୍କ ଗ୍ରହରେ ସୁପରିବର୍ତ୍ତନ ଆସିଥାଏ। ସୌଭାଗ୍ୟ ବୃଦ୍ଧି ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ।
ମାନ୍ୟତା ଅନୁଯାୟୀ, ହସ୍ତର ଅଗ୍ର ଭାଗରେ ମା’ଲକ୍ଷ୍ମୀ,ମଧ୍ୟମରେ ମା’ସରସ୍ୱତୀ, ପ୍ରଭୁ ଗୋବିନ୍ଦଙ୍କ ବାସ ରହିଛି। ପାପୁଲି ଦର୍ଶନ କରିବା ସମୟରେ ଏହି ଶ୍ଲୋକର ପାଠ କରିବା ଉଚିତ। ଏହାଦ୍ୱାରା ଖୁବ ଶୁଭଫଳ ପାପ୍ତ୍ରି ହୋଇଥାଏ।
କରାଗ୍ରେ ବସତେ ଲକ୍ଷ୍ମୀ ; କରମଧ୍ୟେ ସରସ୍ୱତୀ
କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ।।
ହସ୍ତରେ ପାପୁଲିକୁ ଦର୍ଶନ କରିବାର ପ୍ରଥମ ବିଶେଷତ୍ୱ ହେଉଛି, ନିଜ କର୍ମ ଉପରେ ବିଶ୍ୱାସ କରିବା। ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ଜୀବନରେ ଏପରି କାର୍ଯ୍ୟ କରିବା ଉଚିତ, ଯାହା ଦ୍ୱାରା ସୁଖଶାନ୍ତି,ଜ୍ଞାନ ଆଦି ପ୍ରାପ୍ତି ହୋଇପାରିବ। ଅସହାୟଙ୍କୁ ସର୍ବଦା ସାହାଯ୍ୟ କରିବା ଆବଶ୍ୟକ।
ବ୍ୟକ୍ତି ସମୂର୍ଣ୍ଣ ବିଶ୍ୱାସର ସହ ନିଜ ହସ୍ତ ପାପୁଲିର ଦର୍ଶନ କରିବା ଦ୍ୱାରା ସମସ୍ତ କ୍ଷେତ୍ରରେ ସଫଳତା ପାଇଁ ଭଗବାନ ମଧ୍ୟ ସହାୟ ହୋଇଥାଆନ୍ତି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories