www.samajalive.in
Wednesday, December 10, 2025
16.1 C
Bhubaneswar

ମୋବାଇଲ କଭର୍‍ : ଫୋନ୍‍ ସହ ବ୍ୟବହାରକାରୀଙ୍କୁ ପହଞ୍ଚାଇଥାଏ କ୍ଷତି

ସ୍ମାର୍ଟଫୋନ୍ କିଣିବା ପରେ ବ୍ୟବହାକାରୀ ମୋବାଇଲ କଭର ନିଶ୍ଚୟ କିଣନ୍ତି । ମୋବାଇଲ କଭର ଫୋନ୍ କୁ କ୍ଷତି ହେବାରୁ ବଞ୍ଚାଇଥାଏ। ଏହାର ଯେତିକି ଲାଭ ଅଛି ସେତିକି କ୍ଷତି ମଧ୍ୟ । ଫୋନରେ ମୋବାଇଲ କଭର ଲାଗିଥିଲେ, ଫୋନ୍ ଗରମ ହୋଇଯାଏ ଓ ଯେବେ ଏଥିରୁ କଲ୍ କରାଯାଏ ଫୋନ୍ ର ଉତ୍ତାପ ଆମ ମସ୍ତିଷ୍କ ପର୍ୟ୍ୟନ୍ତ ପହଞ୍ଚେ। କେବଳ ଏତିକି ନୁହେଁ ଫୋନ୍ ରେ କଭର ଲଗାଇଲେ ମୋବାଇଲର ରେଡିଏସନ୍ ମାତ୍ରା ବଢ଼ିଯାଏ। ଏହା ବହୁତ କ୍ଷତିକାରକ ହୋଇପାରେ।
୧. ମୋବାଇଲ ଖରାପ ହେବାର ଅଧିକ ସମ୍ଭାବନା ଥାଏ : କଭର୍‍ ଦ୍ୱାରା ମୋବାଇଲ ବ୍ୟବହାକାରୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଫୋନ୍ ଖରାପ ହେବାର ସମ୍ଭାବନା ଥାଏ । ଯଦି ବ୍ୟବହାକାରୀ ମେଟାଲ କଭର ବ୍ୟବହାର କରୁଛନ୍ତି, ତେବେ ତାକୁ ଫୋନରୁ ରିମୁଭ କରିବାରେ ବହୁତ ସମସ୍ୟାର ସାମନା କରିବାକୁ ପଡିଥାଏ ।
୨. ଫୋନ୍ ହୋଇପାରେ ଅତ୍ୟଧିକ ଗରମ : କିଛି ଏମିତି ମୋବାଇଲ କଭର୍‍ ଥାଏ ଯାହା ଖରାପ ଗୁଣାତ୍ମକ ମାନର ପ୍ଲାଷ୍ଟିକରେ ତିଆରି ହୋଇଥାଏ। ଏହା ଦ୍ୱାରା ଫୋନ୍ ବ୍ୟାଟେରୀ ଉପରେ ପ୍ରଭାବ ପଡିପାରେ । ଯାହା ଫଳରେ ଫୋନ୍ ଗରମ ହୋଇଯାଏ ଓ ତାହା ଫାଟିବାର ସମ୍ଭାବନା ବଢ଼ିଯାଏ।
୩ . ସିଗନାଲ ବ୍ଲକ୍ କରିଦିଏ : କିଛି ସ୍ମାର୍ଟଫୋନ୍ ନେଟୱର୍କ କ୍ୱାଲିଟି ଉପରେ ପ୍ରଭାବ ପକାନ୍ତି । ଯଦି ଫୋନ୍ ରେ କଭର୍‍ ଲାଗିଥାଏ, ତେବେ ଫୋନ୍ ରେ ନେଟୱର୍କର ବହୁତ ଅସୁବିଧା ହୋଇଥାଏ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories