www.samajalive.in
Saturday, December 13, 2025
14.1 C
Bhubaneswar

କୌଣସି ଗଣ୍ଡଗୋଳକୁ ବରଦାସ୍ତ କରାଯିବ ନାହିଁ, ବାକି ୪ ପର୍ଯ୍ୟାୟ ନିର୍ବାଚନ ବିନା ହିଂସାରେ କରିବାକୁ ପଦକ୍ଷେପ ନେଉଛୁ:ପୁଲିସ ମହାନିର୍ଦେଶକ

ଭୁବନେଶ୍ବର: ନିର୍ବାଚନୀ ହିଂସା ନେଇ ଆଜି ସନ୍ଧ୍ୟାରେ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଉପସ୍ଥିତ ଥିଲେ। ବୈଠକ ପରେ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲଙ୍କ କହିଛନ୍ତି ଯେ କୌଣସି ଗଣ୍ଡଗୋଳ ଓ ହିଂସାକୁ ବରଦାସ୍ତ କରାଯିବ ନାହିଁ। ଗତକାଲି କିଛି ଜାଗାରେ ହିଂସା ଓ ଗଣ୍ଡଗୋଳ ହୋଇଥିବା ନଜରକୁ ଆସିଛି। ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି। ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଭୋଟ ଗ୍ରହଣ ପ୍ରକ୍ରିୟାରେ ଯେଉଁମାନେ ବାଧାଦେବେ, ସେମାନଙ୍କୁ ଛଡ଼ା ଯିବନାହିଁ। ଗଣ୍ଡଗୋଳକାରୀଙ୍କୁ ଜଣାଇ ଦେଉଛୁ, ବିଲକୁଲ ବରଦାସ୍ତ କରାଯିବ ନାହିଁ। ପୁଲିସ କୋହଳ ମନୋଭାବ ନଦେଖାଇ କାର୍ଯ୍ୟାନୁଷ୍ଠାନ ନେବ। ଆମେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ବାକି ୪ ପର୍ଯ୍ୟାୟ ନିର୍ବାଚନ ବିନା ହିଂସାରେ କରିବାକୁ ପଦକ୍ଷେପ ନେଉଛୁ। ଭୋଟ ହେବାକୁ ଥିବା ସ୍ଥାନରେ ପୁଲିସ ମୁତୟନ କଡ଼ାକଡ଼ି କରାଯାଉଛି ବୋଲି ପୁଲିସ ମହାନିର୍ଦେଶକ ପ୍ରକାଶ କରିଛନ୍ତି।

 

- Advertisement -

ସୂଚନାଯୋଗ୍ୟ ଯେ ପଞ୍ଚାୟତ ନିର୍ବାଚନ ପାଇଁ ଗତକାଲି ମତଦାନ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ବୁଥ କ୍ୟାପଚରିଂ ଓ ପୋଲିଂ କର୍ମଚାରୀଙ୍କୁ ମାଡ଼ ହୋଇଥିଲା। ନିର୍ବାଚନୀ ହିଂସା ଯୋଗୁଁ ଅନେକ ଲୋକ ଆହତ ହୋଇଥିଲେ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଏକ ମତଦାନ କେନ୍ଦ୍ର ବାହାରେ ବୋମାମାଡ଼ ହୋଇଥିଲା। କଣାସରେ ମଧ୍ୟ ନିର୍ବାଚନୀ ହିଂସା ଦେଖାଯାଇଥିଲା। ଗତକାଲି ଯାଜପୁର ଓ ଧର୍ମଶାଳା ବ୍ଲକର ୧୦ଟି ବୁଥରେ ବୁଥ ଜବରଦଖଲ, ଟାମ୍ପରିଂ, ପୁଲିସକୁ ମାଡ, ପୁଲିସ ଗାଡି ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି।

Hot this week

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

Related Articles

Popular Categories