www.samajalive.in
Saturday, December 13, 2025
14.1 C
Bhubaneswar

ଏସବୁ ବଦଭ୍ୟାସ ବଢାଏ ମୋଟାପଣ

ଆଜିକାଲି ସମସ୍ତେ ଏକ ସୁସ୍ଥ ତଥା ସୁନ୍ଦର ଚେହେରା ପାଇଁ ଆଶାୟୀ। ଏଥିପାଇଁ ଅନେକ ପରିଶ୍ରମ ଏବଂ ଅନେକ ଟଙ୍କା ଖର୍ଚ୍ଚ କରି ମଧ୍ୟ କିଛି ଲୋକଙ୍କ ମୋଟାପଣ ବଢିବାରେ ଲାଗୁଛି। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ, ପ୍ରକୃତରେ ସେମାନଙ୍କ ମୋଟାପଣ ବଢିବାର କାରଣ କା’ଣ। କେତେକ ବଦଭ୍ୟାସ ପାଇଁ ବଢିଥାଏ ମୋଟାପଣ। ବିଶେଷ କରି ସକାଳୁ ଆମେ ଏମିତି କିଛି ଭୁଲ୍‌ କାମ କରନ୍ତି, ଯଦ୍ବାରା ଆମର ଓଜନ ବଢିଥାଏ। ତେବେ ଆସନ୍ତୁ ଜାଣିବା ସକାଳୁ ଏମିତି କେଉଁ ଅଭ୍ୟାସ ଆପଣଙ୍କ ଓଜନ ବଢାଇବାର ମୁଖ୍ୟକାରଣ ସାଜିଥାଏ।

ସକାଳୁ ଉଠିବା ମାତ୍ରେ ପାଣି ନ ପିଇ ଚା କିମ୍ବା କଫି ପିଇବା । ଅଧିକାଂଶ ଲୋକ ରାତିରେ ପାଣି ପିଇ ଶୋଇଥା’ନ୍ତି ଏଭଳି ପରିସ୍ଥିତିରେ ସକାଳ ପର୍ଯ୍ୟନ୍ତ ଶରୀରରେ ଜଳର ଅଭାବ ରହିଥାଏ । ଏବଂ ଶରୀରରେ ପାନୀୟ ଜଳର ଦୀର୍ଘ ସମୟର ବ୍ୟବଧାନ ରହିଯାଇ ଥାଏ । ଶରୀରରେ ପାଣିର ଅଭାବରୁ ଶରୀର ଡିହାଇଡ୍ରେଟ୍ ହୋଇଯାଏ ଏବଂ ହଜମ ପ୍ରକ୍ରିୟା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥାଏ । ଏଥିପାଇଁ ସକାଳୁ ଉଠି ପ୍ରଥମେ ହାଲୁକା ଗରମ ଲେମ୍ବୁ ପିଇବା ଜରୁରୀ ଅଟେ । ଆପଣ ଖାଲି ପାଣି ମଧ୍ୟ ପିଇ ପାରିବେ ।

- Advertisement -

ଯଦି ଆପଣ ଜଳଖିଆରେ ଫଳ ରସ ପିଇବାକୁ ପସନ୍ଦ କରନ୍ତି, ତେବେ ପ୍ୟାକେଟରେ ଥିବା ଫଳ ରସ ଆଦୌ ପିଅନ୍ତୁ ନାହିଁ । କାରଣ ଏହି ପ୍ୟାକେଟରେ ଶର୍କରା ଅଂଶ ଅଧିକ ରହିଥାଏ । ଏହା ବ୍ୟତୀତ ଆପଣ ଜଳଖିଆରେ ତାଜା ଫଳ ରସ ଘରେ ପ୍ରସ୍ତୁତ କରି ପିଇ ପାରିବେ କିନ୍ତୁ ବିନା ଚିନିରେ ।

ଜଳଖିଆ ଖାଇବା ବେଳେ ଏଥିରେ ଚଞ୍ଚଳତା ନକରି ଖାଦ୍ୟକୁ ଚୋବାଇ ଚୋବାଇ ଖାଆନ୍ତୁ । କାରଣ ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇପାରିବ ଏବଂ ଶରୀକୁ ପୂର୍ଣ୍ଣ ପୁଷ୍ଟି ମିଳିବ ।

ବ୍ୟସ୍ତବହୁଳ ଜୀବନରେ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ସକାଳ ଜଳଖିଆ ନକରି ଘରୁ ବାହାରି ଯାଆନ୍ତି । ଏହାଦ୍ୱାରା ମେଟାବୋଲିଜିମ୍ ମନ୍ଥନ ଧିର ହୋଇଯାଏ । ରାତ୍ରୀ ଭୋଜନ ପରେ, ସକାଳର ଜଳଖିଆ ପର୍ଯ୍ୟନ୍ତ ଏକ ଲମ୍ବା ବ୍ୟବଧାନ ସୃଷ୍ଟି ହୁଏ। ତେଣୁ ସକାଳେ ସୁସ୍ଥ ଏବଂ ଅଧିକ ଜଳଖିଆ ଖାଇବା ଆବଶ୍ୟକ ।

କିଛି ଲୋକ ଘରେ ଜଳଖିଆ ତିଆରି କରିପାରୁ ନଥିବାରୁ ଅନେକ ଜଙ୍କ ଫୁଡ୍ କିମ୍ବା ଫାଷ୍ଟଫୁଡ୍ ଖାଇଥା’ନ୍ତି । ଏହା କରିବା ଠିକ୍ ନୁହେଁ । ଏହା ପେଟରେ ସମସ୍ୟା ସୃଷ୍ଟି କରିପାରେ । ଏହା ଆପଣଙ୍କୁ ଗମ୍ଭୀର ରୋଗରେ ପକାଇଥାଏ ।

ଭୋକରେ ରହିଲେ ମୋଟାପଣ ବଢିବାର ସମ୍ଭାବନା ଥାଏ । ଯଥାସମ୍ଭବ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତୁ । ଯଦି ଆପଣ ଅଧିକ କ୍ୟାଲୋରୀ ଗ୍ରହଣ କରିଛନ୍ତି ତେବେ ଆପଣ ଚାଲିବା, ଜଗିଂ କିମ୍ବା କିଛି ବ୍ୟାୟାମ କରିବା ଆବଶ୍ୟକ । ସକାଳେ ଉଠିବା ପରେ ମଧ୍ୟ ଦୀର୍ଘ ସମୟ ଶଯ୍ୟାରେ ଶୋଇ ରହିବା ଏକ ଖରାପ ଅଭ୍ୟାସ । ଏହା ଶରୀରର ଶକ୍ତି ହ୍ରାସ କରିଥାଏ ଏବଂ ଆପଣଙ୍କୁ ଦିନସାରା କ୍ଳାନ୍ତ ଅନୁଭବ କରାଇଥାଏ ।

Hot this week

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

Related Articles

Popular Categories