www.samajalive.in
Saturday, December 6, 2025
23.1 C
Bhubaneswar

କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଓ ବନବିଭାଗର ମିଳିତ ଚଢାଉ; ୨ ଗିରଫ

ଠାକୁରମୁଣ୍ଡା : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ଙ୍କ ବଡ ଧରଣର ଚଢାଉ। ବାଘ ନଖ, ଦାନ୍ତ ସହିତ ବଜ୍ରକାପ୍ତା ସ୍କେଲ ଜବତ । କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଦ୍ୱାରା ୨୯ଟି ଚିତାବାଘ ନଖ, ୨ଟି ବାଘ ଦାନ୍ତ, ବଜ୍ରକାପ୍ତା କାତି ସାଢେ ୩ କେ.ଜି, ୪୮ ଟି ଶୁଆ ଶାବକକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି ବନବିଭାଗକୁ ହସ୍ତାନ୍ତର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ପୋଡ଼ାଗଡ଼ ଗାଁରେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ଙ୍କ ଚଢ଼ାଉରେ ଜଣେ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଜଣକୁ ବନବିଭାଗ ନିଜ ହେପାଜତକୁ ନେଇ ଅଧିକ ତଦନ୍ତ କରିବା ପରେ ଆଉ ଜଣଙ୍କୁ ଟ୍ରାକ କରି ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ଥିବା କାଳିଆଣି ଗେଟ ନିକଟକୁ ଡିଲ୍ ପାଇଁ ଆସୁଥିବା ବେଳେ ବନବିଭାଗ ମାଡି ବସିଛି । ଏଇ ଚଢ଼ାଉରେ ସାମିଲ ଥିଲେ କରଞ୍ଜିଆ ବନଖଣ୍ଡ କାର୍ୟ୍ୟାଳୟର ଏସିଏଫ୍‌ ଫାଲଗୁନି ବେହେରା ଏବଂ ତାଙ୍କ ଟିମ୍ । ତେବେ ବର୍ତ୍ତମାନ ସୁଦ୍ଧା ଏହି କାରବାରରେ ସାମିଲ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ କରୁଛି ବନବିଭାଗ । ଏହାର ଲିଙ୍କରେ ଆନ୍ତରାଜ୍ୟ ରାକେଟ ମଧ୍ୟ ସାମିଲ ଥିବା ବନବିଭାଗ ଗନ୍ଧ ପାଇଛି । ତେବେ ବର୍ତ୍ତମାନ ବନବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories