ବାଙ୍କୀ : ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଡମପଡା ବ୍ଲକ ଅଧିନ ହରିରାଜପୁର ପଞ୍ଚାୟତର ତଳଅନୁସୂଚୀତ ଜାତି ସାହି ସ୍ଥିତ ତ୍ରିନାଥଦେବ ଠାକୁରଙ୍କ ଜନ୍ମ ଦିବସ ଆଧ୍ୟାତ୍ମିକତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଧବାର ଦିନ ମହାନଦୀରୁ ଭକ୍ତ ମାନଙ୍କ ଦ୍ୱାରା କଳସ ଯାତ୍ରାରେ ପୂର୍ଣ୍ଣକୂମ୍ଭ ଜଳ ଅଣାଯାଇ ଯଜ୍ଞ ମଣ୍ଡପ ଠାରେ ସ୍ଥାପନ କଲାପରେ ଜନ୍ମ ଉତ୍ସବ କାର୍ଯ୍ୟକ୍ରମ ଯଥା ରିତୀମତେ ସଞ୍ଚାଳିତ ହୋଇଛି। ଆସନ୍ତା କାଲି ଏହି କାର୍ଯ୍ୟକ୍ରମର ପୂର୍ଣ୍ଣାହୂତୀ ତଥା ନାମ ଭାଗବତ ପରିବେଷଣ କରାଯାଇ ଠାକୁରଙ୍କର ଜନ୍ମ ଉତ୍ସବ କାର୍ଯ୍ୟ ସମାପନ ହେବ ବୋଲି ସୂଚନା ମିଳିଛି। ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଭିତ୍ତିକ କାର୍ଯ୍ୟକ୍ରମରେ କୋଭିଡ୍ କଟକଣା ସହ ଭକ୍ତ ମାନେ ସାମିଲ ହୋଇଛନ୍ତି।
Popular Categories



