www.samajalive.in
Friday, December 5, 2025
20.1 C
Bhubaneswar

ତଉଲା ହେବେ ନେତା, ଜଣାପଡିବ ପତିଆରା: ନାଚିକାଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ

ଲକ୍ଷ୍ମୀପୁର: ଆଉ ମାତ୍ର ଦିନ କେଇଟା ପରେ ସରିବ ନିର୍ବାଚନ। କେଉଁ ଦଳରୁ କେତେ ପ୍ରାର୍ଥୀ ଜିତିବେ ହାରିବେ ତାହା ଭୋଟ ଗଣତି ପରେ ଜଣାପଡିବ। କିନ୍ତୁ ଯେଉଁ ନେତାମାନଙ୍କୁ ଦିଆଯାଇଛି ଜିଲା କିମ୍ବା ବ୍ଲକ ଓ୍ବାରି ଦାୟିତ୍ବ ସେମାନଙ୍କ ପତିଆରା ଜଣାପଡିବା ସହିତ ତଉଲା ହେବ ସେମାନଙ୍କ ଓଜନ। ସେହିପରି ଏହି ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ନାରାୟଣପାଟଣା ବ୍ଲକ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗାଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ଥିଲା ବେଳେ ତାଙ୍କ ପଛରେ ବର୍ତ୍ତମାନ କେତେ ସଂଖ୍ୟକ ଆଦିବାସୀ ଅଛନ୍ତି ତାହା ମଧ୍ୟ ଜଣାପଡ଼ିବ।

ସୂଚନାଯୋଗ୍ୟ, କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧିନରେ ରହିଛି ୭ଟି ଜିଲା ପରିଷଦ ଜୋନ। ଏଥିମଧ୍ୟରେ ୪ଟି ବ୍ଲକ। ଦଶମନ୍ତପୁର ବ୍ଲକରେ ୨ଟି ଜୋନ ରହିଥିବା ବେଳେ ଲକ୍ଷ୍ମୀପୁରରେ ୨ଟି, ନାରାୟଣପାଟଣାରେ ଗୋଟିଏ ଓ ବନ୍ଧୁଗାଁ ବ୍ଲକରେ ୨ ଟି ଜିଲାପରିଷଦ ଜୋନ ରହିଛି। ବନ୍ଧୁଗାଁ ବ୍ଲକରେ ଥିବା ୨ଟି ଜୋନ ପାଇଁ ୧୬ ତାରିଖରେ ଭୋଟ ଥିବା ବେଳେ ଲକ୍ଷ୍ମୀପୁର ବ୍ଲକରେ ୨ଟି ଜୋନ ପାଇଁ ଆଗାମୀ ୨୦ ତାରିଖରେ ହେବ ନିର୍ବାଚନ। ସେହିପରି ଦଶମନ୍ତପୁର ବ୍ଲକର ୨ଟି ଓ ନାରାୟଣପାଟଣା ବ୍ଲକରରେ ଥିବା ଗୋଟିଏ ଜୋନ ପାଇଁ ଭୋଟ ହେବ ୨୨ ତାରିଖରେ।

- Advertisement -

ତେବେ ଏହି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଜିଲାସ୍ତରୀୟ ନେତାମାନେ ଥିବା ସହିତ ରହିଛନ୍ତି ଜଣେ ବିଧାୟକ, ଜଣେ ପୁର୍ବତ୍ତନ ବିଧାୟକ ଓ ଜଣେ ପୁର୍ବତ୍ତନ ସାଂସଦ । ସେହିପରି ଅନ୍ୟ ଜଣେ ହେଉଛନ୍ତି ନାରାୟଣପାଟଣା ବ୍ଲକର ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା। ଯେକି ଆଦିବାସୀ ମାନଙ୍କ ନିମନ୍ତେ ଜଙ୍ଗଲ, ଜମି ଓ ଜଳ ଅଧିକାର ପାଇଁ ଲଢେଇ କରି ବା ସହିତ ମଦ ମୁକ୍ତି ଆନ୍ଦୋଳନ କରିବା ସହିତ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ମାମଲାରେ ଜେଲ୍ ଯାଇ ସେଥିରୁ ନିର୍ଦ୍ଦୋଷରେ ଖଲାସ ହୋଇ ବର୍ତ୍ତମାନ ଜିଲା ପରିଷଦ ସ୍ବାଧୀନ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି।

ନାଚିକାଙ୍କୁ ଛାଡିଦେଲେ ଅନ୍ୟ ଯେଉଁ ମାନେ ରହିଛନ୍ତି ସେମାନେ ସମସ୍ତେ ଶାସକ ଦଳର ସେ ବିଧାୟକ ପଭୁ ଜାନୀ ହୁଅନ୍ତୁ ଅବା ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଓ ପୂର୍ବତନ ସାଂସଦ ଝିନ ହିକକା ଏପରିକି ଲକ୍ଷ୍ମୀପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ସାଉନ୍ତା। କୁମୁୁଦଙ୍କୁ ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ଅଞ୍ଚଳର ୧ ନମ୍ବର ଜୋନର ଦାୟୀତ୍ବ ପ୍ରଦାନ କରାଯାଇଥିଲା ବେଳେ ସେ ନିଜେ ଏହି ଜୋନରୁ ଜିଲାପରିଷଦ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଧାୟକ ଥିବା ପ୍ରଭୁ ଜାନୀଙ୍କୁ ଦଶମନ୍ତପୁର ବ୍ଲକର ୨ଟି ଯାକ ଜୋନର ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ବ ଦିଆଯାଇଥିଲା ବେଳେ, ବନ୍ଧୁଗାଁ ବ୍ଲକର ୨ଟି ଯାକ ଜୋନର ପରିଚାଳନା ଭାର ପୂର୍ବତନ ସାଂସଦ ଝିନ ହିକକାଙ୍କୁ ଓ ନାରାୟଣପାଟଣା ବ୍ଲକର ଏକମାତ୍ର ଜୋନ ଏବଂ ଲକ୍ଷ୍ମୀପୁର ବ୍ଲକର ୨ ନମ୍ବର ଜୋନ ଦାୟିତ୍ବ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ଦିଆଯାଇଛି।

ତେବେ ପ୍ରାର୍ଥୀମାନଙ୍କ ଜିତା ହରା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ ତା’ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେଉଁ ନେତାମାନଙ୍କୁ ପରିଚାଳନା ଦାୟିତ୍ବରେ ଲଗାଯାଇଛି ତଉଲା ହେବ ସେମାନଙ୍କ ପତିଆରା ଓ ସେମାନଙ୍କ ପାଇଁ ଭାଗ୍ୟ ପରୀକ୍ଷା କହିଲେ ଭୁଲ ହେବ ନାହିଁ। କାରଣ କିଏ କେତୋଟି ଜୋନରୁ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇ ଆଣିବାରେ ସକ୍ଷମ ହୋଉଛନ୍ତି ତାହାକୁ ନେଇ ଆଗାମୀ ୨୦୨୪ ରେ ଯେଉଁ ସାଧାରଣ ନିର୍ବାଚନ ହେବ ସେ ବିଧାୟକ ହେଉ ଅବା ସାଂସଦ ପ୍ରାର୍ଥୀ ପାଇଁ ଟିକେଟ ମିଳିବା ପାଇଁ ମଧ୍ୟ ଏହା ଉପରେ ନିର୍ଭର କରିବ।

ସେହିପରି ନାରାୟଣପାଟଣା ବ୍ଲକର ନାଚିକା ଲିଙ୍ଗା ଯେକି ୨୦୦୨ ମସିହାରେ ପୋଡାପଦର ପଞ୍ଚାୟତରେ ନାୟବ ସରପଞ୍ଚ ଥିବା ବେଳେ ପରବର୍ତ୍ତୀ ସମୟରେ କେତେକ କାରଣରୁ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା, ଏପରିକି ଏହା ତାଙ୍କ ପାଇଁ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରି ଜେଲରୁ ମୁକୁଳିବା ପରେ ସେ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଆଦିବାସୀଙ୍କ ପାଇଁ ଜଙ୍ଗଲ, ଜଳ, ଜମି ଅଧିକାର ସହିତ ମଦ ମୁକ୍ତି ଅଭିଯାନ ଆରମ୍ଭ କରିଥି। ଏପରିକି ଅଣ ଆଦିବାସୀମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଭୂଆଁ ବୁଲାଇ ଅଳ୍ପ ଦରରେ ସେମାନଙ୍କ ଜମିକୁ ହଡ଼ପ କରିଥିବା ଅଭିଯୋଗ କରି ଅଣ ଆଦିବାସୀ ମାନଙ୍କ ଜମିକୁ ଜବରଦଖଲ କରିଥିଲେ। ଭୟରେ ଅନେକ ପରିବାର ବିସ୍ଥାପିତ ହୋଇ ଏବେମଧ୍ୟ କୋରାପୁଟ, ଲକ୍ଷ୍ମୀପୁର, ସେମିଳିଗୁଡା ଆଦି ସ୍ଥାନମାନଙ୍କରେ ପରିବାର ଧରି ରହିଛନ୍ତି। ଥାନା ଆକ୍ରମଣ ଘଟଣାରେ ନାଚିକା ୨୦୦୮ରେ ପଳାତକ ଘୋଷଣା ହେବା ସହିତ ୨୦୧୪ ରେ ଧରା ପଡିଥିଲେ। ଏହାପରେ ଚାଷୀ ମୂଲିଆ ସଂଘ ଦୁର୍ବଳ ହେବା ସହିତ ଶହଶହ ସଂଘ ସମର୍ଥକ ଗିରଫ ହେବା ସହିତ ଆତ୍ମସମର୍ପଣ ମଧ୍ୟ କରିଥିଲେ। ନାଚିକାଙ୍କ ନାମରେ ୪୦ରୁ ଊର୍ଦ୍ଧ୍ବ ବିଭିନ୍ନ ମାମଲା ଥିଲା, ସେ ଆତ୍ମଗୋପନ କରିଥିବା ବେଳେ ତାଙ୍କ ଚାଷୀ ମୂଲିଆ ସଂଘର ସମର୍ଥନରେ ଏକମାତ୍ର ଜିଲ୍ଲା ପରିଷଦ ଜୋନ ପାଇଁ ଜୋରୋ ମାହୁକା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ସହିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ମଧ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ। ସେହିପରି ୨୦୧୭ରେ ଲିଙ୍ଗାଙ୍କ ପତ୍ନୀ ମଧ୍ୟ ପୋଡାପଦର ପଞ୍ଚାୟତରୁ ନିର୍ଦ୍ଵନ୍ଦରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ନାଚିକା ଲିଙ୍ଗା ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରି ଥିବାବେଳେ ତାଙ୍କର ନାମାଙ୍କନ ପତ୍ର ନାକଚ ହୋଇ ଯାଇଥିଲା।

ତେବେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ନାରାୟଣପାଟଣା ବ୍ଲକରେ କଂଗ୍ରେସ, ବିଜେଡି, ବିଜେପିର ତିନି ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ନାଚିକା ଲିଙ୍ଗାଙ୍କ ପୁଅ ରବୀନ୍ଦ୍ର ଓ ନିଜେ ନାଚିକା ଲିଙ୍ଗାଙ୍କୁ ମିଶାଇ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନାଚିକାଙ୍କ ପୁଅ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେବା ପରେ ବର୍ତ୍ତମାନ ୪ ଜଣ ରହିଛନ୍ତି ନିର୍ବାଚନ ମଇଦାନରେ। ତେବେ ଲିଙ୍ଗାଙ୍କର ମଧ୍ୟ ପତିଆରା ବର୍ତ୍ତମାନ କିପରି ରହିଛି ତାହା ମଧ୍ୟ ଜଣାପଡ଼ିବ, କାରଣ ଯାହାଙ୍କ ନେତୃତ୍ବରେ ହଜାର ହଜାର ଆଦିବାସୀ ପଟୁଆର କରି ରାସ୍ତାକୁ ଓହ୍ଲାଉଥିଲେ ଯେହେତୁ ସେ ବର୍ତ୍ତମାନ ନିର୍ବାଚନ ମଇଦାନରେ ଉଭା ହୋଇଛନ୍ତି ଜଣାପଡିବ ତାଙ୍କ ସହିତ କେତେ ସଂଖ୍ୟକ ଆଦିବାସୀ ଏବେ ଅଛନ୍ତି ତାହା ଜଣା ପଡିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories