www.samajalive.in
Sunday, December 7, 2025
26.1 C
Bhubaneswar

ଆଲୋଚନା ପାଇଁ ୟୁକ୍ରେନ୍‌ର ପ୍ରସ୍ତାବ, ଏବେ କଥାବାର୍ତ୍ତାର ସମୟ ନୁହେଁ : ରୁଷ୍‌

କିବ୍‌(ୟୁକ୍ରେନ୍‌)  : ୟୁକ୍ରେନ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଉତ୍ତେଜନା ହ୍ରାସ ପାଇଁ ରୁଷ୍‌ ସହ ସିଧା ସଳଖ ଆଲୋଚନା ପାଇଁ ୟୁୂକ୍ରେନ୍‌ ଚାହୁଁଥିଲା। ତେବେ କୌଣସି କଥାବାର୍ତ୍ତା ହେବ ନାହିଁ ବୋଲି ରୁଷ୍‌ କହିଛି। ରୁଷ୍‌କୁ ଶାନ୍ତ କରିବା ପାଇଁ ଏକାଧିକ ୟୁରୋପୀୟ ଦେଶ କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ସମସ୍ତ ଦେଶ ରୁଷ୍‌କୁ ମନେଇବାରେ ଏକ ପ୍ରକାର ବିଫଳ ହୋଇଛନ୍ତି। ରୁଷ୍‌ର ଯୁଦ୍ଧ ବିମାନ ୟୁକ୍ରେନ ଆକାଶରେ ଉଡ଼ୁଥିବା ଆମେରିକା କହିଛି। ପ୍ରାୟ ୧୪ଟି ଦେଶ ନିଜ ନିଜର ନାଗରିକକୁ ୟୁକ୍ରେନ ଛାଡ଼ିବା ପାଇଁ କହିଛନ୍ତି। ଆଉ କେତେକ ଦେଶ ୟୁକ୍ରେନ୍‌କୁ ବିମାନ ଚଳାଚଳ ବନ୍ଦ କରିଛନ୍ତି। ଗତକାଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ରୁଷ୍‌ର ରାଷ୍ଟ୍ରପତି ଭ୍ଳାଦିମର ପୁଟିନ୍‌ଙ୍କ ମଧ୍ୟରେ ଏ ଘଣ୍ଟା ଧରି ଫୋନରେ ବାର୍ତ୍ତାଳାପ ହୋଥିଲା। ତେବେ ବିନା ନିଷ୍କର୍ଷରେ ଏହି ଆଲୋଚନା ଶେଷ ହୋଇଥିବା ଜଣାପଡ଼ିଛି। କଥାବାର୍ତ୍ତା ସମୟରେ ବାଇଡେନ ରୁଷକୁ ଚେତାବନୀ ଦେଇ କହିଥିଲେ, ଯଦି ଆକ୍ରମଣ କର ତେବେ ଏହାର ମୂଲ୍ୟ ଦେବାକୁ ପଡିବ । ଏହାର କିଛି ସମୟ ପ‌େର ଏକ ଆମେରିକୀୟ ବୁଡ଼ା ଯାହାଜ ରୁଷ୍‌ ଜଳସୀମା ଅତିକ୍ରମ କରିଥିବା ଜଣାପଡ଼ିଛି।
ଆମେରିକାର ଧମକକୁ ଖାତି ନକରି ରୁଷ୍‌ ସେନା ୟୁକ୍ରେନ୍‌କୁ ତିନି ପଟୁ ଘେରିନେଇଛନ୍ତି। ବିଶ୍ବର ଏକାଧିକ ଦେଶଙ୍କ ଚାପକୁ ଭ୍ରୁକ୍ଷେପ ନକରି ରୁଷ୍‌ ୟୁକ୍ରେନ୍‌ ସହ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛି। ରୁଷ୍‌ ସୈନ୍ୟମାନେ ବେଲାରୁଷ୍‌, କ୍ରିମିଆ ଓ ୟୁୁକ୍ରେନ୍‌ର ପଶ୍ଚିମ ସୀମାକୁ ଘେରାଉ କରି ରଖିଛନ୍ତି। ୟୁକ୍ରେନ ସୀମାରେ ସୈନ୍ୟ ମୁତୟନ କରିଥିଲେ ମଧ୍ୟ ଆକ୍ରମଣ କଥାକୁ ଅସ୍ବୀକାର କରିଛି ରୁଷ୍‌। ଆମେରିକା କହିଛି, ୟୁକ୍ରେନ ଉପରେ ବିମାନ ଅଥବା କ୍ଷେପଣାସ୍ତ୍ର ମାଧ୍ୟମରେ ରୁଷ୍‌ ଆକ୍ରମଣ କରିପାରେ। ପରେ ସେନା ଓ ନୌ-ସେନା ଦ୍ବାରା ଆକ୍ରମଣ ହୋଇପାରେ। ଫେବୃଆରୀ ୨୦ ରେ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ଶେଷ ହେବା ପରେ ଏହି ଆକ୍ରମଣ ହୋଇପାରେ ବୋଲି ଆମେରିକୀୟ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories