www.samajalive.in
Saturday, December 13, 2025
26.1 C
Bhubaneswar

ପୂର୍ବତନ ସରପଞ୍ଚଙ୍କ ପୁଅ ସରପଞ୍ଚ ପ୍ରାର୍ଥୀ; ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ପୁଅ

କଂଟାବାଞ୍ଜି: ମୋର ଅଜାଙ୍କ ବାପା, ଅଜା ଏବଂ ବାପା ସମସ୍ତେ ସାଧାରଣ ଜନତାଙ୍କ ପାଇଁ କାମ କରୁଥିଲେ । ମୋ ବାପା ଏବେ ମଧ୍ୟ ଲୋକଙ୍କ ସୁଖ ଦୁଃଖରେ ଆସିଥାନ୍ତି । ପରିବାର ୩ ଜଣ ସରପଞ୍ଚ ରହି ଲୋକଙ୍କ କାମ କଲେ, ଶେଷରେ ମତେ ସୁଯୋଗ ମିଲିଥିବାରୁ ମୁଁ ମଧ୍ୟ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ପାଦ ଥାପିଛି । ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଯୁବ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ହିରାଧର ବଏଙ୍କ ପୁଅ ଗଜାନନ୍ଦ ବଏ । ଗଜାନନ୍ଦ ନିଜର ପୂର୍ବପୁରୁଷଙ୍କ ଆଦର୍ଶକୁ ଆପଣାଇ ଚଳିତ ନିର୍ବାଚନ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ସେ ସରପଞ୍ଚ ହେଲେ ତାଙ୍କ ପୂର୍ବପୁରୁଷ ଏବଂ ବାପା ଯେମିତି ପଂଚାୟତର ଉନ୍ନତି ପାଇଁ କାମ କରିଥିଲେ ସେ ମଧ୍ୟ ସେମିତି କାମ କରିବେ ବୋଲି ପ୍ରଚାର ସମୟରେ ଲୋକଙ୍କୁ କହି ଭୋଟ ଭିକ୍ଷା କରିଛନ୍ତି । ବେହେରେନସିଟେଲ ଗାଁର ବିଭିନ୍ନ ପଡା ବୁଲି ସେ ଭୋଟ ପ୍ରଚାର କରିଛନ୍ତି । ପ୍ରଚାର ସମୟରେ ପଡାବାସୀ ମଧ୍ୟ ଫୁଲମାଳ ଦେଇ ସମ୍ବର୍ଦ୍ଧନା ଦେଇଥିବା ଦେଖାଯାଇଥିଲା ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories