www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସଚେତନତା ଶିବିର

ଭୁବନେଶ୍ବର: ଚାଇଲ୍ଡ ଆଣ୍ଡ ୱିମେନ ଡେଭେଲପମେଣ୍ଟ ସୋସାଇଟି ଓ ସେଣ୍ଟ୍ରାଲ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମିଳିତ ଆନୁକୂଲ୍ୟରେ ପୁରୀ ଜିଲାର କଣାସ ଠାରେ ଥିବା ନୀଳାଚଳ ସେବା ପ୍ରତିଷ୍ଠାନରେ ରହୁଥିବା ବୃଦ୍ଧ ବୃଦ୍ଧା, ମାନସିକ ବିକାରଗ୍ରସ୍ଥ ଓ ଅନ୍ୟାନ୍ୟ ଲୋକଙ୍କୁ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସିଡବ୍ଲୁଡିଏସର ଅଧ୍ୟକ୍ଷା ଡ. କଳ୍ପନା ଦାସଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଦୁଇ ଜଣ ଡାକ୍ତର ଡା.ସୁସ୍ମିତା ପି ଓଟ୍ଟା ଓ ଡା. କ୍ରିଷ୍ଣା ରାଓ ଯୋଗଦେଇଥିଲେ।

 

- Advertisement -

ଉଭୟ ଡାକ୍ତର ନୀଳାଚଳ ସେବା ପ୍ରତିଷ୍ଠାନର ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମହାମାରୀ କରୋନା ପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ସେଣ୍ଟ୍ରାଲ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡ.ଏମ.ଏମ ରାଓ କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଅନ୍ତେବାସୀଙ୍କୁ ମୂଲ୍ୟବାନ ବାର୍ତ୍ତା ଦେଇଥିଲେ। ଏହି କାର୍ୟକ୍ରମରେ ରାଧାକୃଷ୍ଣ ଏଜେନ୍ସିର ପ୍ରତିଷ୍ଠାତା ଲଲାଟ କିଶୋର ପୃଷ୍ଟି ଯୋଗଦେଇ ଲୁଗା, ଡ୍ରେସ ଓ ଖାଦ୍ୟ ବଣ୍ଟନ କରିଥିଲେ। ସିଡବ୍ଲୁଡିଏସର ଜିଲା ମୁଖ୍ୟ  କମଳ କୁମାର ଦାଶ କାର୍ୟକ୍ରମ  ପରିଚାଳନା  କରିଥିଲେ। ନୀଳାଚଳ ସେବା ପ୍ରତିଷ୍ଠାନର ପ୍ରତିଷ୍ଠାତା ସମସ୍ତଙ୍କର ଏଭଳି ମାନବୀୟ ସେବାକୁ ଭୂୟସୀ ପ୍ରଂଶସା କରିଥିଲେ ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories