www.samajalive.in
Thursday, December 11, 2025
16.1 C
Bhubaneswar

୪ ଦଫା ଦାବି ନେଇ ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

କଣ୍ଟାବାଞ୍ଜି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଓଡ଼ିଶା କ୍ଷତିଗ୍ରସ୍ତ ସମସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ ଓ ତୁରନ୍ତ ଟଙ୍କା ଫେରସ୍ତ ଦାବି ନେଇ ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଦ୍ୱାରା ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଓଡ଼ିଶାରେ ବିଭିନ୍ନ ସ୍କିମ୍ ଲୋଭରେ ଜମା ସଂଗ୍ରହ କରିଥିବା କମ୍ପାନୀ, ସମବାୟ, ସ୍ଵୟଂ ସହାୟକ ସମବାୟ, ମଲ୍ଟିଷ୍ଟେଟ ସମବାୟ ଓ ମାଇକ୍ରୋ ଫାଇନାକୁ ସରକାରୀ ପୃଷ୍ଠ ପୋଷକତାରେ ସେମାନେ ଲକ୍ଷ ଲକ୍ଷ ଜମାରୀଙ୍କଠାରୁ ଜମାଟଙ୍କା ନେଇ ପଳାୟନ ଘଟଣା ଲୋକଲୋଚନକୁ ଆସିବା ପରେ ରାଜ୍ୟ ସରକାର କମ୍ପାନୀ ସମବାୟ ମଲ୍ଟିଷ୍ଟେଟ୍ ସମ୍ପ୍ରଦାୟ ଓ କେତେକ ମାଇକ୍ରୋଫାଇନାନ୍ସ କାର୍ୟ୍ୟାଳୟ ସିଲ୍ କଲେ ଓ ଜମାକାରୀଙ୍କ ଟଙ୍କା ଦେଣନେଣ ତଥ୍ୟ ସମ୍ବଳିତ କମ୍ପ୍ୟୁଟର ହାର୍ଡଡିକ୍ସ ନେଇ ପୋଲିସ୍ ପ୍ରମାଣ ନଷ୍ଟ କଲେ । ଜମାକାରୀମାନେ ଆନ୍ଦୋଳନ କରିବାରୁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଘୋଷଣା କଲେ ଯେ କାଇମବ୍ରାଞ୍ଚ ତଦନ୍ତ, ବିଚାର ବିଭାଗୀୟ ତଦନ୍ତ କମିଶନ ନିଯୁକ୍ତି, ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତ ପ୍ରତିଶ୍ରୁତି, କର୍ପସ ପାଣ୍ଠି ଗଠନ ଇତ୍ୟାଦି କରିଥିଲେ ହେଁ ସରକାର ନିଜ ପ୍ରତିଶ୍ରୁତି ପାଳନ କରିନାହାନ୍ତି । କମିଶନଙ୍କ ଦ୍ୱାରା ସୁପାରିଶ ହୋଇଥିବା ଜମାକାରୀଙ୍କୁ କର୍ପସ ଫଣ୍ଡରୁ ତୁରନ୍ତ ଟଙ୍କା ଫେରସ୍ତ, ଓଡ଼ିଶାର ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଯୁଦ୍ଧକାଳୀନ ଭିତିରେ ଚିହ୍ନଟ, ସାହାରା ଭଳି ଯେଉଁ ଅସାଧୁ ସଂସ୍ଥାମାନେ ଜମାରାଶି ନେଇ ପରିପକ୍ଵତା ପରେ ବି ଟଙ୍କା ନ ଫେରାଇ ନୂଆ ସ୍କିମରେ ଜମାରାଶି କାଗଜ ଧରାଇଛନ୍ତି ସେହି ଜମା ସଂଗ୍ରହ ବନ୍ଦ ରଖି ଆଗାମୀ ୧୫ ଦିନ ମଧ୍ୟରେ ପ୍ରତ୍ୟେକଙ୍କ ପରିପକ୍ୱ ରାଶି ଉପରେ ସୁଧ ସହ ଫେରସ୍ତ, ନ ଫେରାଇଲେ ସମ୍ପୃକ୍ତ ଅସାଧୁ ସାହାରା ସଂସ୍ଥା ମାଲିକଙ୍କ ବିରୁଦ୍ଧରେ ମକଦ୍ଦମା ପଞ୍ଜିକରଣ କରି ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା, ଓଡ଼ିଶାରେ ଜମାକାରୀଙ୍କୁ ଠକି ଥିବା ପ୍ରତ୍ୟେକ ଅସାଧୁ କମ୍ପାନୀର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରି ସେହି ସମ୍ପତ୍ତିର ଖୋଲା ନିଲାମ କରି ଜମାକାରୀ ଙ୍କୁ ଫେରସ୍ତ , କେଉଁ କେଉଁ ସଂସ୍ଥାର କେତେ ସମ୍ପତ୍ତି ନିଲାମ କରାଯାଇଛି ତାହାର ବିବରଣୀ ପ୍ରକାଶ କରାଯାଉ ବୋଲି ଦାବି କରାଯାଇଛି । ଏହି ସମସ୍ତ ଦାବି ପୂରଣ ନହେଲେ ଅନିର୍ଦିଷ୍ଟ କାଳ ପାଇଁ କୃଷକ ଆନ୍ଦୋଳନ ଶୈଳୀରେ ଜମାକାରୀ ଗଣସତ୍ୟାଗ୍ରହ ଚାଲୁ କରିବ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories