BJD Bijuli 480×75 Mob

ଦୁରିଙ୍ଗିଗୁଡା ଗାଁରେ ଜଳ କଷ୍ଟ ; ଲୋକେ ପିଉଛନ୍ତି ଦୂଷିତ ଜଳ

BJD Bijuli 480×75 Mob
ମୋହନା : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ଦୁରିଙ୍ଗିଗୁଡା ଗ୍ରାମ । ଏଠି ପାନୀୟ ଜଳ ଯୋଗାଣ ଯୋଜନା ଫେଲ ମାରିଛି । ରାଜ୍ୟ ସରକାର ରାଜ୍ୟବାସୀଙ୍କ ହିତ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ପରେ ଯୋଜନା କରିଚାଲିଛନ୍ତି। କିନ୍ତୁ ଉପାନ୍ତ ଗ୍ରାମଗୁଡିକରେ ସେହି ସବୁ ଯୋଜନା ଫଳପ୍ରଦ ହୋଇପାରୁନି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି। ହେଲେ ପ୍ରଶାସନର ଅପାରଗତା ସାଙ୍ଗକୁ ନିର୍ବାଚିତ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସବୁ ଯୋଜନା ବାଟବଣା ହୋଇଯାଉଛି। ଏଭଳି ଏକ ଜଳକ୍ଳିଷ୍ଟ ଗାଁ ହେଉଛି ମୋହନା ବ୍ଳକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ଦୁରିଙ୍ଗିଗୁଡା ଗ୍ରାମ। ଦୀର୍ଘ ବର୍ଷ ଧରି ଏହି ଗ୍ରାମବାସୀ ଚୁଆର ଦୂଷିତ ଜଳକୁ ପାନୀୟ, ରୋଷେଇ, ଲୁଗା ସଫା, ସ୍ନାନ ଓ ଶୌଚ଼ ଭାବେ ବ୍ୟବହାର କରି ଆସୁଛନ୍ତି । ଗୁଲୁବା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମୁଠାଗୁଡା ଗ୍ରାମକୁ ଯାଇଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ପାର୍ଶ୍ଵରେ ରହିଛି ଏହି ଗାଁ  । ଏହି ଚୁଆର ଦୂଷିତ ଜଳକୁ ଗ୍ରାମର ପୁରୁଣା ସାହି ଓ ନୁଆସାହିର ଲୋକେ ବର୍ଷ ବର୍ଷ ଧରି ପାନୀୟ ଜଳ ରୂପେ ବ୍ୟବହାର କରିଆସୁଛନ୍ତି । ବିଭିନ୍ନ ସମୟରେ ଦୂଷିତ ପାଣିର ପ୍ରଭାବରେ ଅନେକ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ କହିଛନ୍ତି । ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ଜଳ କଷ୍ଟ ଦୂର ପାଇଁ ଗ୍ରାମରେ ଗୋଟିଏ ହେଲେ ନଳକୂପ ନ ଥିବାରୁ ତୁରନ୍ତ ଦୁଇ ସାହିରେ ୨ଟି ନଳକୂପ ଖନନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.