www.samajalive.in
Wednesday, December 10, 2025
16.1 C
Bhubaneswar

ଜନଧନ ଖାତାରେ ତ୍ରୁଟିପୂର୍ଣ୍ଣ ଜମା

ମୁମ୍ବଇ: ମହାରାଷ୍ଟ୍ର ଔରଙ୍ଗାବାଦ ଜିଲା ପୈଠକ ଗ୍ରାମର ଜ୍ଞାନେଶ୍ୱର ଆପ୍‌ଟେଙ୍କ ଜନଧନ ବ୍ୟାଙ୍କ ଖାତାକୁ ଗତ ବର୍ଷ ଅଗଷ୍ଟ ୧୭ ତାରିଖରେ ୧୫ ଲକ୍ଷ ୩୪ ହଜାର ୬୨୪ ଟଙ୍କା ଆସିଥିଲା। ଏତେ ଟଙ୍କା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ଖାତା ବ୍ୟାଙ୍କ୍ ଅଫ୍ ବରୋଦାରେ ସେ ଖୋଲି ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଟଙ୍କା ପଠାଇ ଥିବା ଭାବି ଚିଠି ଲେଖି ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଉ ସେହି ଟଙ୍କାରେ ନିଜ ପରିବାର ପାଇଁ ଘର ଟିଏ ତୋଳିଥିଲେ। ହେଲେ ଘର ତୋଳିବାର ୬ ମାସ ପରେ ତାଙ୍କ ଖାତାକୁ ଭୁଲରେ ଟଙ୍କା ଆସିଥିବା ସଂକ୍ରାନ୍ତ ଏକ ନୋଟିସ୍‌ ପାଇଥିଲେ। ତୁରନ୍ତ ଟଙ୍କା ଫେରାଇବା ପାଇଁ ବ୍ୟାଙ୍କ କର୍ମଚାରୀ ତାଙ୍କୁ କହିଥିଲେ। ଏବେ ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି କୃଷକ ଜ୍ଞାନେଶ୍ୱର। ଜ୍ଞାନେଶ୍ୱରଙ୍କ ଆକାଣ୍ଟରେ ଦୀର୍ଘ ମାସ ଧରି ଟଙ୍କା ପଡ଼ି ରହିବା ପରେ ୨୦୧୪ରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଥିବା କଥା ସେ ଭାବିଥିଲେ। ଆଉ ସେହି ଟଙ୍କାରେ ନୂଆ ଘରଟିଏ ତୋଳିବା ପାଇଁ ୯ ଲକ୍ଷ ଟଙ୍କା ଉଠାଇ ଘରଟିଏ ତୋଳିଦେଲେ। ହେଲେ ଘର ତୋଳିବାର ୬ମାସ ପରେ ଏବେ ବ୍ୟାଙ୍କ୍ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଟଙ୍କା ଫେରାଇବା ପାଇଁ ବ୍ୟାଙ୍କ ନୋଟିସ୍‌ ଦେଖି ଜ୍ଞାନେଶ୍ୱରଙ୍କ ହୋସ ଉଡ଼ିଯାଇଛି।

ଘର ତୋଳିବାରେ ତ ସେ ଟଙ୍କା ଖର୍ଚ୍ଚ କରିସାରିଛନ୍ତି, ଏବେ କରିବେ କ’ଣ। ହେଲେ ତାଙ୍କ ଆକାଉଣ୍ଟରେ ବାକି ଥିବା ୬ ଲକ୍ଷ ଟଙ୍କା ବ୍ୟାଙ୍କ୍‌ ଏବେ ଫେରାଇ ନେଇଛି। ଅନ୍ୟପଟେ ୯ ଲକ୍ଷ ଟଙ୍କା ଫେରାଇ ଦେବାକୁ କହିଛନ୍ତି ବ୍ୟାଙ୍କ୍ କର୍ମଚାରୀ। ପଞ୍ଚାୟତ ପାଇଁ ଆସିଥିବା ଟଙ୍କା ଭୁଲବଶତଃ ଜ୍ଞାନେଶ୍ୱରଙ୍କ ଆକାଉଣ୍ଟରେ ଜମା ହୋଇଯାଇଥିଲା ବୋଲି କହିଛନ୍ତି ବ୍ୟାଙ୍କ୍ କର୍ମଚାରୀ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories