www.samajalive.in
Friday, December 12, 2025
26.1 C
Bhubaneswar

ଡାଇକିନର ନୂଆ ରେଞ୍ଜ୍‍ର ସ୍ପ୍ଲିଟ୍‍ ରୁମ୍‍ ଏୟାର କଣ୍ଡିସନର

ଭୁବନେଶ୍ୱର: ବିଶ୍ୱର ୧ ନମ୍ବର ଏୟାର କଣ୍ଡିସନିଂ କମ୍ପାନୀ ଜାପାନର ଡାଇକିନ ଇଣ୍ଡଷ୍ଟ୍ରିଜ ଲିମିଟେଡର ୧୦୦% ସହଯୋଗୀ କମ୍ପାନୀ ଡାଇକିନ୍‍ ଏୟାର କଣ୍ଡିସନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ସଚେତନ ଭାରତୀୟ ଗ୍ରାହକଙ୍କ ପାଇଁ ସ୍ୱଦେଶୀ ସ୍ତରରେ ଡିଜାଇନ ଏବଂ ନିର୍ମାଣ କରାଯାଇଥିବା ଏକ ନୂଆ ରେଞ୍ଜ୍‍ ସ୍ପ୍ଲିଟ୍‍ ରୁମ୍‍ ଏୟାର କଣ୍ଡିସନରସୂମହର ବଜାର ପ୍ରବେଶ କରାଇଛି। ଏହି ନୂତନ ‘ୟୁ’ ସିରିଜ ରେଞ୍ଜ୍‍ରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଯୁକ୍ତିକୌଶଳ ସନ୍ନିବେଶିତ ହୋଇଛି ଯାହା ଗ୍ରାହକଙ୍କୁ ସେମାନଙ୍କ ସମୁଦାୟ ପରିସରରେ ଏୟାର କଣ୍ଡିସନିଂର ମାନ ପରିଚାଳନା କରିବାକୁ ସଶକ୍ତ କରାଉଛି।

ଡାଇକିନ ବାୟୁର ମାନ ଏବଂ ସ୍ୱାସ୍ଥ୍ୟ ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ଷ୍ଟ୍ରିମର ଡିସଚାର୍ଜ ପ୍ରଯୁକ୍ତିକୁ ୪ ତାରକା ବର୍ଗକୁ ପରିବର୍ଦ୍ଧିତ କରିବା ସହ ଉତ୍ପାଦଗୁଡିକୁ ୱାଇଫାଇ ସଂଯୋଗରେ ଉନ୍ନୀତ କରିଛି। ବାସଗୃହ ଏବଂ କାର୍ଯ୍ୟାଳୟଗୁଡିକରେ ୧୫୦ ବର୍ଗଫୁଟ ସ୍ଥାନକୁ ଏକ ସାଧାରଣ ଅଞ୍ଚଳ ଭାବରେ ବିବେଚନା କରି ନୂଆକରି ପ୍ରଚଳନ କରାଯାଇଥିବା ରେଞ୍ଜ୍‍ର ଡାଇକିନ୍‍ ଏସିଗୁଡିକ ପ୍ରତ୍ୟେକ ସାଧାରଣ ବ୍ୟକ୍ତିଙ୍କ ପାଇଁ ପୂର୍ଣ୍ଣାଙ୍ଗ ଶୀତଳତା ଏବଂ ଆବଶ୍ୟକ ବାୟୁ ମାନ ନିଜେ ଯୋଗାଇ ଦେବାକୁ ସମର୍ଥ।

- Advertisement -

ଯେକୌଣସି ପାରମ୍ପରିକ ସ୍ପ୍ଲିଟ୍‍ ଏୟାର କଣ୍ଡିସନିଂ ସମାଧାନ ଭଳି ଏହା ପ୍ରତ୍ୟେକ ଇନଡେର ୟୁନିଟ ସହିତ ଏକ ସ୍ୱତନ୍ତ୍ର ଆଉଟଡୋର ୟୁନିଟ ଆବଶ୍ୟକ କରେନାହିଁ, ବରଂ ଗୋଟିଏ ଆଉଟଡୋର ୟୁନିଟ ଏକାଧିକ ଇନଡୋର ୟୁନିଟକୁ ନିୟନ୍ତ୍ରଣ କରିଥାଏ। ଏହା କେବଳ ଶକ୍ତି ସଂଚୟ କରେନାହିଁ, ତାହାସହିତ ସ୍ଥାନକୁ ମଧ୍ୟ ଦକ୍ଷତାର ସହିତ ଉପଯୋଗ କରିଥାଏ ଏବଂ ସ୍ଥାପନ ସମୟରେ କୌଣସି ସମସ୍ୟା ସୃଷ୍ଟି ହେବାକୁ ଦିଏନାହିଁ, ଯାହା ଆଧୁନିକ ବାସଗୃହଗୁଡିକ ନିମନ୍ତେ ଏହାକୁ ସର୍ବୋତ୍ତମ ହୋମ୍‍ ସେଣ୍ଟ୍ରାଲ ଏୟାର କଣ୍ଡିସନର ବ୍ୟବସ୍ଥା କରି ଗଢିତୋଳୁଛି। ୪ ଏଚ୍‍ପି କ୍ଷମତାସଂପନ୍ନ ଏକ ଆଉଟଡୋର ୟୁନିଟ ୬ଟି ଇନ୍‍ଡୋର ୟୁନିଟକୁ ପରିଚାଳନା କରିପାରିବ। ଅନୁରୂପ ଭାବରେ ଏକ ୫ ଏଚ୍‍ପି ଆଉଟଡୋର ୟୁନିଟ ୬ଟି ଇନଡୋର ୟୁନି ଏବଂ ୬ ଏଚ୍‍ପି ଆଉଟଡୋର ୟୁନିଟ୍‍ ୮ଟି ଇନଡୋର ୟୁନିଟ ପରିଚାଳନା କରିପାରିବ। ଏକ ହାଇ-ୱାଲ ସ୍ପ୍ଲିଟ୍‍ ଏୟାର କଣ୍ଡିସନର ଏବଂ ଏକ ଡକ୍ଟ ପ୍ରତ୍ୟେକ ନିମ୍ନ ଷ୍ଟାଟିକ ଚାପ ଏବଂ ଉଚ୍ଚ ଷ୍ଟାଟିକ ଚାପରେ ମଧ୍ୟ ଇନଡୋର ୟୁନିଟ ବିକଳ୍ପ ଭାବରେ ଉପଲବ୍ଧ ହେଉଛି।

ଡାଇକିନ୍‍ ଇଣ୍ଡିଆର ଡାଇରେକ୍ଟର ଓ ସିନିୟର ଭାଇସ ପ୍ରେସିଡେଣ୍ଟ ଶ୍ରୀ କୁଲଦୀପ ବିରମାନି କହିଛନ୍ତି, ଡାଇକିନରେ ଆମର ‘ମେକ୍‍ ଇନ ଇଣ୍ଡିଆ’ ଉତ୍ପାଦସମୂହ ନିମନ୍ତେ ସୁଦୂର ଲକ୍ଷ୍ୟ ରହିଛି ଯାହା ପ୍ରତ୍ୟେକ ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବାକୁ ଡିଜାଇନ କରାଯାଇଥିବ। ସଂପ୍ରତି ଏୟାର କଣ୍ଡିସନରଗୁଡିକ ଏକ ଆବଶ୍ୟକତାରେ ପରିଣତ ହୋଇଥିବାବେଳେ ଗ୍ରାହକଙ୍କର ପରିବର୍ତ୍ତିତ ଆଶା ଆକାଂକ୍ଷା ପୂରଣ ନିମନ୍ତେ ଉତ୍ପାଦରେ ନବସୃଜନ ଏବଂ ମାନରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଥିଲା। ନୂଆ ରେଞ୍ଜ୍‍ର ଡାଇକିନ ଏସିଗୁଡିକ ବର୍ଦ୍ଧିତ ଭାରତୀୟ ଜନସଂଖ୍ୟାଙ୍କୁ ଅଧିକ ଶକ୍ତି ବାବଦ ଖର୍ଚ୍ଚ ପ୍ରଭାବରୁ ମୁକ୍ତ ରହି ପୁରୁଣାକାଳିଆ ଏବଂ ପୁରାତନ ପ୍ରଯୁକ୍ତିରୁ ଉନ୍ନୀତ ହେବା ଦିଗରେ ସଶକ୍ତ କରିବ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories