www.samajalive.in
Friday, December 12, 2025
27.1 C
Bhubaneswar

ଏସର୍‍ ଆଣିଲା ଦ୍ୱିତୀୟ ଭାରତ ନିର୍ମିତ ଇନ୍‍ଟେଲପ୍ପ ପାୱାର୍ଡ ଲାପ୍‍ଟପ ‘ଆସ୍ପାୟର ୩’

ବେଙ୍ଗାଲୁରୁ/ ଭୁବନେଶ୍ୱର: ଅଗ୍ରଣୀ ପିସି ବ୍ରାଣ୍ଡ୍‍ ଏସର୍‍ ଇଣ୍ଡିଆ ମେକ୍‍ ଇନ ଇଣ୍ଡିଆ ଯୋଜନା ଅଧୀନରେ ଏହାର ଦ୍ୱିତୀୟ ଲାପ୍‍ଟପର ବଜାର ପ୍ରବେଶ ସର୍ମ୍ପକରେ ଘୋଷଣା କରିଛି। ଏହି ଆସ୍ପାୟର ୩ ଲାପ୍‍ଟପ ନଏଡାସ୍ଥିତ ଅତ୍ୟାଧୁନିକ ନିର୍ମାଣ କାରଖାନାରେ ତିଆରି କରାଯାଉଛି। ଟ୍ରାଭେଲମେଟ୍‍ ସିରିଜ ଲାପ୍‍ଟପର ବିଶେଷ ସଫଳତା ପରେ ଉକ୍ତ ନିର୍ମାଣ କାରଖାନାରୁ ନିର୍ମିତ ଏହା ଦ୍ୱିତୀୟ ଲାପ୍‍ଟପ ହୋଇଛି। ଏଥିସହିତ ଏସର୍‍ର ମେକ୍‍ ଇନ ଇଣ୍ଡିଆ ଲାପ୍‍ଟପଗୁଡିକ ଭାରତର ବିନିର୍ମାଣଗତ ପ୍ରତିଦ୍ୱନ୍ଦ୍ୱିତାକୁ ଗତିଶୀଳ କରାଇବା ସହିତ ଭାରତ ସରକାରଙ୍କର ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲଆଇ) ଯୋଜନାର ସଦୁପଯୋଗ କରୁଛି। ମୁଖ୍ୟଭାଗର ଆସ୍ପାୟର ୩ ଲାପ୍‍ଟପ ଇନ୍‍ଟେଲପ୍ପ ପ୍ରୋସେସର ଦ୍ୱାରା ପରିଚାଳିତ, ଯାହା ଏହି ଶ୍ରେଣୀରେ ଅଗ୍ରଣୀ ପ୍ରଦର୍ଶନ ଏବଂ ବୈଶିଷ୍ଟ୍ୟ ପ୍ରଦାନ କରୁଛି ଏବଂ ଏସର୍‍ ଆସ୍ପାୟର ୩କୁ ଦୈନନ୍ଦିନ କାର୍ଯ୍ୟଗୁଡିକ ସହଜରେ ପରିଚାଳନା କରିବାକୁ ସମର୍ଥ କରାଉଛି ଏବଂ ସେହି ସମୟରେ ପିସି ବ୍ୟବହାର ବୃଦ୍ଧି କ୍ଷେତ୍ରରେ ଏକ ମହାନ ମୂଲ୍ୟଗତ ଦିଗ ଯୋଗାଇ ଦେଉଛି ତଥା ଭାରତକୁ ଡିଜିଟାଲ ଉପାୟରେ ସଶକ୍ତ କରିବାରେ ସହାୟତା କରୁଛି।

ଭାରତ ସରକାରଙ୍କର ମେକ୍‍ ଇନ ଇଣ୍ଡିଆ ପ୍ରୟାସର ଏସର୍‍ ଏକ ଦୃଢ ସମର୍ଥନକାରୀ ହୋଇଛି। ଆମେମାନେ ପୂର୍ବରୁ ଭାରତରେ ଡେସ୍କଟପ୍‍, ଅଲ୍‍-ଇନ-ୱାନ ପିସି ଏବଂ ଟାବ୍‍ଲେଟ ତିଆରି କରିଆସୁଛୁ ଏବଂ ଏହି ନୂତନ ପ୍ରୟାସ ସହିତ ଟ୍ରାଭେଲମେଟ୍‍ ସିରିଜ ଲାପ୍‍ଟପ ଠାରୁ ଆରମ୍ଭ କରି ସଂପ୍ରତି ଆସ୍ପାୟର ୩ ସିରିଜ ଲାପ୍‍ଟପ ପର୍ଯ୍ୟନ୍ତ ମୁଖ୍ୟଭାଗ ନିମନ୍ତେ ପୂର୍ଣ୍ଣାଙ୍ଗ ପିସି ଉତ୍ପାଦ ବର୍ଗ ଉତ୍ପାଦନ କରିବାର କ୍ଷମତା ଆମର ରହିଛି। ଭାରତରେ ସମ୍ପୂର୍ଣ୍ଣ ଭାବରେ ନିର୍ମିତ ଲାପ୍‍ଟପଗୁଡିକର ବଜାର ପ୍ରବେଶ ଆତ୍ମନିର୍ଭର ଭାରତ ଦିଗରେ ଏସର୍‍ର ପଦକ୍ଷେପ ଏବଂ ଭାରତକୁ ଇଲେକ୍‍ଟ୍ରୋନିକ ସାମଗ୍ରୀ ନିର୍ମାଣର ଏକ ମୁଖ୍ୟସ୍ଥଳ ଭାବରେ ଗଢିତୋଳିବାକୁ ଏହାର ପ୍ରତିବଦ୍ଧତା ଏବଂ ଗୁରୁତ୍ୱକୁ ପ୍ରତିପାଦିତ କରୁଛି।

- Advertisement -

ଏସର୍‍ ଇଣ୍ଡିଆର ପ୍ରଡକ୍ଟ ମ୍ୟାନେଜମେଣ୍ଟ ସିନିୟର ଡାଇରେକ୍ଟର ଜି ଏସ ସୋନ୍ଧୀ କହିଛନ୍ତି, ଆସ୍ପାୟର ସିରିଜ ଅଧୀନରେ ଏସର୍‍ ଆସ୍ପାୟର ୩ ହେଉଛି ପ୍ରଥମ ଲାପ୍‍ଟପ ଯାହା ଗ୍ରାହକଙ୍କ ଚାହିଦା ମୁତାବକ ପ୍ରଦର୍ଶନ ଓ ଗୁଣବତ୍ତା ପ୍ରଦାନ କରିବାକୁ ବିଶ୍ୱସ୍ତରୀୟ ପଦ୍ଧତି ସହିତ ତୁଳନୀୟ ବିଶ୍ୱ ଶ୍ରେଣୀର ବିନିର୍ମାଣ ମାନ ସହିତ ସ୍ଥାନୀୟ ସ୍ତରରେ ଉତ୍ପାଦନ କରାଯାଉଛି। ଇନ୍‍ଟେଲ ପ୍ଲାଟଫର୍ମରେ ନିର୍ମିତ ଏହି ଲାପ୍‍ଟପ ଆପଣଙ୍କୁ ଦିନ ତମାନ ଆପଣଙ୍କର ସମସ୍ତ କାର୍ଯ୍ୟ କରିବାକୁ ପର୍ଯ୍ୟାପ୍ତ ଶକ୍ତି ଯୋଗାଉଛି, ଯାହା କାମ କରିବା ହେଉ, ଶିକ୍ଷାଲାଭ ଅଥବା ସାଧାରଣ ବ୍ୟବହାର ଉଦ୍ଦେଶ୍ୟରେ ହେଉ। ଆମର ଟ୍ରାଭେଲମେଟ୍‍ ସିରିଜ ଯାହାକୁ ମାସ ଆରମ୍ଭରେ ଗ୍ରାହକଙ୍କ ଦ୍ୱାରା ବ୍ୟବସାୟିକ ବ୍ୟବହାର ଉଦ୍ଦେଶ୍ୟରେ ପ୍ରେରଣ କରାଯିବା ଆରମ୍ଭ ହୋଇସାରିଛି, ତାହା ପଛକୁ ଏହା ବଜାର ପ୍ରବେଶ କରିଛି। ଭାରତରେ ସମ୍ପୂର୍ଣ୍ଣ ଭାବରେ ନିର୍ମିତ ଏହି ଦ୍ୱିତୀୟ ଲାପ୍‍ଟପର ସଫଳତା ନିର୍ଦ୍ଦିଷ୍ଟ ଭାବରେ ପିସି ନିର୍ମାଣକୁ ଉଲ୍ଲେଖନୀୟ ଗତିଶୀଳତା ପ୍ରଦାନ କରିବା ଆମର ବିଶ୍ୱାସ ରହିଛି, କାରଣ କୋଭିଡ-୧୯ କଟକଣା ସମୟରେ ବର୍ଦ୍ଧିତ ବ୍ୟବହାର କାରଣରୁ ବୃଦ୍ଧିପାଇଥିବା ଆମଦାନୀ ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories