ଭୁବନେଶ୍ୱର: ସ୍ମଲ୍ ଇଣ୍ଡଷ୍ଟ୍ରିଜ ଡେଭଲପମେଂଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିଡବି) ଯାହା କି ଏକ ସର୍ବଭାରତୀୟ ଆର୍ଥିକ ସେବା ପ୍ରଦାନକାରୀ ଅନୁଷ୍ଠାନ, ଏହା ଭାରତୀୟ ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କୁ ସମନ୍ୱିତ କ୍ରେଡିଟ୍ ଓ ବିକାଶ ସହାୟତା ପ୍ରଦାନରେ ନିୟୋଜିତ ରହିଛି। ଏହା ଜଳବାୟୁଜନିତ ପରିବର୍ତନକୁ ଏଡ଼ାଇବା ପାଇଁ ଓ ଏମଏସଏମଇ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏକ ସମର୍ପିତ ଭର୍ଟିକାଲର ସ୍ଥାପନା କରିଛି ଯାହାକି ଗ୍ଲାସଗୋ ଠାରେ କନ୍ଫରେନ୍ସ ଅଫ୍ ପାର୍ଟିଜ୍ (ସିଓପି୨୬) ରେ ଦେଶର ପ୍ରତିଶ୍ରୁତିବଦ୍ଧତା ଅନୁସାରେ କରାଯାଉଛି। ୟୁନିୟନ ବଜେଟ୍ ୨୦୨୨ ମଧ୍ୟ ଜଳବାୟୁ କାର୍ଯ୍ୟ, କ୍ଲିନ୍ ଏନର୍ଜି, ସୋଲାର, ଇ-ମୋବିଲିଟି, ବ୍ୟାଟେରି, ବର୍ଜ୍ୟ ପରିଚାଳନା, ଏନର୍ଜି ସର୍ଭିସ୍ କମ୍ପାନୀ ମାଧ୍ୟମରେ ଶକ୍ତି ଦକ୍ଷତା ଇତ୍ୟାଦି ଉପରେ ଗୋଲଡେନ୍ ପିରିୟଡରେ ଗୁରୁ୍ତ୍ୱ ପ୍ରଦାନ କରିଛି।
‘ଗ୍ରୀନ୍ ଇଣ୍ଡିଆନ୍ ଫାଇନାନ୍ସିଆଲ୍ ସିଷ୍ଟମ’ ଉପରେ ନିକଟରେ ସମାପ୍ତ ହୋଇଥିବା ଭର୍ଚୁଆଲ୍ କନ୍ଫରେନ୍ସରେ ସିଡ୍ବି ରେଗୁଲେଟର ଓ ପ୍ରମୁଖ ଷ୍ଟେକହୋଲ୍ଡରକୁ ଏକାଠି ଆଣିଛି। ଏହା ଏଜେନ୍ସି ଫ୍ରାନ୍କାଇସ୍ ଡି ଡେଭଲପମେଂଟ ଓ ଶକ୍ତି ସଷ୍ଟେନେବଲ୍ ଏନର୍ଜି ଫାଉଣ୍ଡେସନ ସହିତ ସହଭାଗୀତା ସ୍ଥାପନ କରିଛି ଓ ଏହି ଜ୍ଞାନ ସିରିଜ୍ ଉତମ ଅଭ୍ୟାସର ଅନୁପାଳନ ଦିଗରେ ସହାୟତା ପ୍ରଦାନ କରିବା ଜାରି ରଖିବ।



