www.samajalive.in
Saturday, December 6, 2025
26.1 C
Bhubaneswar

ତାଳଚେର ସାର କାରଖାନାରେ ଆରସିଏଫର ଇକ୍ୟୁଟି ନିବେଶକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ : ଜାତୀୟ ରସାୟନ ଏବଂ ସାର ଲିମିଟେଡ୍‍ (ଆରସିଏଫ) ଦ୍ୱାରା ତାଳଚେର ସାର ଲିମିଟେଡ୍‍ (ଟିଏଫଏଲ)ରେ ଏକ କୋଇଲା ବାଷ୍ପିକରଣ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଏଥିପାଇଁ ମୋଟ ପ୍ରକଳ୍ପ ମୂଲ୍ୟର ୨୯.୬୭% ହାରରେ ୧୦୩୩.୫୪ କୋଟି ଟଙ୍କାର ଇକ୍ୟୁଟି ନିବେଶ ଲାଗି ସାର ମନ୍ତ୍ରଣାଳୟର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ମଞ୍ଜୁର କରିଛନ୍ତି।

ତାଳଚେର ପ୍ରକଳ୍ପର ପୁନରୁଦ୍ଧାର ଦ୍ୱାରା ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ମଧ୍ୟରେ ସରକାରଙ୍କ ଦ୍ୱାରା ସାର କ୍ଷେତ୍ରରେ ବ୍ୟାପକ ନିବେଶ ସୁନିଶ୍ଚିତ ହୋଇପାରିବ। ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟ ଏବଂ ପୂର୍ବାଂଚଳର ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କରିବ। ସାର ୟୁନିଟର ପୁନରୁଦ୍ଧାର ଦ୍ୱାରା ୟୁରିଆର ଘରୋଇ ଉତ୍ପାଦନ ବୃଦ୍ଧି ପାଇବା ସହିତ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ। ସୂଚନାଯୋଗ୍ୟ ଯେ ତାଳଚେର ସାର କାରଖାନାର ପୁନରୁଦ୍ଧାର ଲାଗି ଗେଲ, ଆରସିଏଫ, ସିଆଇଏଲ ଏବଂ ଏଫସିଆଇଏଲର ଯୌଥ ଉଦ୍ୟମରେ ଟିଏଫଏଲ କମ୍ପାନୀ ନଭେମ୍ବର, ୨୦୧୫ରେ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଗେଲ, ଆରସିଏଫ ଏବଂ ସିଆଇଏଲର ୨୯.୬୭% ଅଂଶଧନ ରହିଥିବା ବେଳେ ଏଫସିଆଇଏଲର ୧୦.୯୯% ଅଂଶଧନ ରହିଛି। ଓଡ଼ିଶାର ଅନୁଗୁଳ ଜିଲ୍ଲାର ତାଳଚେର ଠାରେ କୋଇଲାରୁ ଗ୍ୟାସ ବାଷ୍ପିକରଣ ଆଧାରରେ ସାର କାରଖାନା ପ୍ରତିଷ୍ଠା କରିବା ଲାଗି ଟିଏଫଏଲ ପ୍ରତିଷ୍ଠା କରାଯାଇଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories