www.samajalive.in
Sunday, December 14, 2025
16.1 C
Bhubaneswar

କଇଁଛର ଶିକାର ପାଇଁ ତିନି ସିଂହ ; ଜୀବନ ବଞ୍ଚାଇବା ପାଇଁ ଏହି ବୁଦ୍ଧି ପାଞ୍ଚିଲା କଇଁଛ

ଗୁଜରାଟ : ଗୁଜରାଟର ଜୁନାଗଡରୁ ତିନି ସିଂହ ଓ ଗୋଟିଏ କଇଁଛର ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ଜଙ୍ଗଲର ରାଜା ଗୋଟିଏ ଛୋଟ କଇଁଛକୁ ନିଜେ ଶିକାର କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ସଫଳ ହୋଇ ପାରୁ ନଥିବା ଦେଖାଯାଉଛି। କଇଁଛଟି ଖୁବ ଧୈର୍ଯ୍ୟ ଓ ବୁଦ୍ଧି ସହ କାର୍ଯ୍ୟ କରି ଶକ୍ତିଶାଳୀ ହିଂସ୍ର ଜନ୍ତଙ୍କ କବଳରୁ ନିଜ ଜୀବନ ରକ୍ଷା କରି ପାରିଛି।
ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଥିବା ସହ ବେଶ ଭାଇରାଲ ହେଉଛି। ନଦୀକୂଳରେ ସିଂହ କଇଁଛକୁ ନିଜ କବଳରେ ରଖି ଦେଉଛି। କଇଁଛଟି ଜୀବନ ରକ୍ଷା କରିବାକୁ ନିଜ ଖୋଳପା ମଧ୍ୟକୁ ମୁଣ୍ଡ ଭର୍ତ୍ତି କରି ଦେଉଛି। ସିଂ ହଟି ମଧ୍ୟ କଇଁଛଟିକୁ ବାରମ୍ବାର ଓଲଟାଇବାକୁ ଚେଷ୍ଟା କଲେ ମଧ୍ୟ ସେଥିରେ ସଫଳ ହୋଇ ପାରୁ ନାହିଁ।
ଏହାପରେ ସିଂହ କଇଁଛଟିକୁ ସେଠାରେ ଛାଡି ଏକ ଦୂର ସ୍ଥାନରେ ବସି ଯାଉଛି। ଏହାପରେ ଆଉ ଏକ ସିଂହ ଆସୁଛି। ସେ ମଧ୍ୟ କଇଁଛକୁ ଶିକାର କରି ନପାରି ପଳାଇ ଯାଉଛି। ଏହାପରେ ଆଉ ଏକ ସିଂହ କଇଁଛକୁ ନିଜ ପାଟି ମଧ୍ୟରେ ଚାପି କରି ୧୨ ରୁ ୧୫ ମିନିଟ ଯାଏଁ ରଖିଲା। ମାତ୍ର କଇଁଛଟି ବୁଦ୍ଧିର ସହ ନିଜ ମୁଣ୍ଡକୁ ଖୋଳପା ମଧ୍ୟରେ ରଖି ସିଂହ ପାଟିରେ ମଧ୍ୟ ସେପରି ରହିଲା। ଶେଷରେ ୩ୟ ସିଂହଟି ମଧ୍ୟ କଇଁଛକୁ ପାଟିରୁ କାଢି ପଳାଇଲା। କିଛି ସମୟ ସେପରି ଚୁପଚାପ୍‍ ରହିବା ପରେ କଇଁଛଟି ପୁଣି ଧିରେ ଧିରେ ମୁଣ୍ଡ ବାହାର କରି ଜୀବନ ରକ୍ଷା କରି ନଦୀ ଭିତରକୁ ପଳାଉଛି। ଏହି ଭିଡିଓଟି ଗିର୍‍ ଜଙ୍ଗଲର କମଲେଶ୍ୱର ଡ୍ୟାମ ନିକଟର ବୋଲି ଜଣାପଡିଛି। ଭିଡିଓ ଭାଇରାଲ ହେବା ପରେ ଜଙ୍ଗଲ ଅଧିକାରୀ କହିଛନ୍ତି, ସେ ପରିଦର୍ଶନରେ ଜଙ୍ଗଲକୁ ଯିବା ସମୟରେ ଏହି ଦୃଶ୍ୟ ଦେଖିଥିଲେ। ନଦୀ ପାଣିରୁ କଇଁଛ ବାହାରିବା ପରେ ପ୍ରଥମେ ଏକ ସିଂହୀ କଇଁଛକୁ ଶିକାର କରିବାକୁ ଚେଷ୍ଟା କରିଥିଲା। ମାତ୍ର ସେ ହାର ମାନିବା ପରେ ସେଠାରେ ଥିବା ଅନ୍ୟ ସିଂହମାନେ ମଧ୍ୟ କଇଁଛକୁ ଶିକାର କରିବାକୁ ଯାଇ ହାର ମାନିଲେ। କଇଁଛଟି ମଧ୍ୟ ଖୁବ ବୁଦ୍ଧି ବଳରେ ନିଜ ଜୀବନକୁ ରକ୍ଷା କରିବାକୁ ସମର୍ଥ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories